ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନାର ଦ୍ୱିତୀୟ ମହାମାରୀର ସ୍ଥିତି ଦିନ ଦିନ ସଙ୍ଗୀନ ହେପାରରେ ଲାଗିଛି । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରରେ ଥିବାେ ସମସ୍ତ ଧାର୍ମିକ ଅନୁଷ୍ଠାନ ମାନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ୱରରେ କରୋନା ମହାମାରୀର ସ୍ଥିତି ଅତି ଜଟିଳ ହେବାରେ ଲାଗିଛି । ପ୍ରତିଦିନ ଶହ ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏଣିକି ଭକ୍ତମାନେ କୈାଣସି ଧାର୍ମିକ ଅନୁଷ୍ଠାନମାନଙ୍କୁ ଯାଇପାରିବେ ନାହିଁ । ସମସ୍ତ ଧାର୍ମିକ ସ୍ଥଳରେ କେବଳ ମାତ୍ର ନୀତିକାନ୍ତି ହେବାକୁ ନେଇ ଅନୁମତି ଦିଆଯାଇଛି ।
ଗତ ବର୍ଷ କରୋନା ମହାମାରୀ କାରଣରୁ ରାଜ୍ୟରେ ପ୍ରାୟତଃ ଛଅ ମାସ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଥିଲା । ସ୍ଥିତିରେ ଧୀରେ ଧୀରେ ସୁଧାୀର ଆସିବା ପରେ ମନ୍ଦିର ଖୋଲାଯାଇଥିଲା । କିନ୍ତୁ ବର୍ତ୍ତମାନ ପୂର୍ବଠାରୁ ସ୍ଥିତି ଅତି ଜଟିଳ ହେବା କାରଣରୁ ମନ୍ଦିର ବନ୍ଦ କରିବା ପାଇଁ ଗାଇଡଲାଇନ ଜାରି କରାଯାଇଛି ।