ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣିଥରେ ଲାଗିଛି ଝଟକା । ରାଜ୍ୟସଭା ସାଂସଦ ଦିନେଶ ତ୍ରିବେଦୀ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଗୃହକାର୍ଯ୍ୟ ଚାଲିଥିବା ସମୟରେ ସେ ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତି ।
ଇସ୍ତଫା ପତ୍ରରେ ଦିନେଶ ଲେଖିଛନ୍ତି ବେଙ୍ଗଲରେ ଯେଭଳି ଭାବେ ଦିନକୁ ଦିନ ହିଂସାକାଣ୍ଡ ଘଟିବାରେ ଲାଗିଛି ତାହା ଆଉ ଦେଖି ହେଉନାହିଁ । ଏଭଳି ପରିସ୍ଥିତିରେ ମୁଁ ଅଣନିଃଶ୍ୱାସ ହୋଇପଡୁଥବାରୁ ମୁଁ ଦଳରୁ ଇସ୍ତଫା ଦେବା ପାଇଁ ମୋ ଆତ୍ମା କହିଥିଲା ।
କେବଳ ଦିନେଶ ତ୍ରିବେଦୀ ନୁହନ୍ତି, ଏହା ପୂର୍ବରୁ ଟିଏମସିର ରାଜୀବ ବାନାର୍ଜୀ, ସୋଭନ ଚାଟାର୍ଜୀ, ଶୁଭେନ୍ଦୁ ଅଧିକାରୀ ଓ ଲକ୍ଷ୍ମୀ ରତନ ଶୁକ୍ଳାଙ୍କ ଭଳି ନେତାମାନେ ମଧ୍ୟ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବାନାର୍ଜୀ, ଚାଟାର୍ଜୀ ଓ ଅଧିକାରୀ ବିଜେପିରେ ମିଶିଥିଲେ ହେଁ ଶୁକ୍ଳା ରାଜନୀତିରୁ କିଛି ସମୟ ପାଇଁ ଦୁରେଇଯାଇଛନ୍ତି ।
୨୦୨୦ରେ ଦିନେଶ ତ୍ରିବେଦୀ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟକାଳ ଆରମ୍ଭ କରିଥିଲେ । ଶୁଣିବାକୁ ମିଳୁଛି କି ଦିନେଶ ବିଜେପି ପକ୍ଷରୁ ବିଧାନସଭା ନିର୍ବାଚନ ଲଢିପାରନ୍ତି । କିନ୍ତୁ ସେ ଟିଏମସି ଛାଡିବା ସ୍ୱଷ୍ଟ ହୋଇ ସାରିଛି ।