ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ପୁଣିଥରେ ବଦଳିପାରନ୍ତି ପୋଲିସ ଡିଜିପି । ରେକର୍ଡ କହୁଛି ୬ବର୍ଷରେ ବଦଳିଲେଣି ୬ ଜଣ ଡିଜିପି । ଯଦି ଏବେ ଡଃ ଆରପି ଶର୍ମାଙ୍କୁ ପଦବୀରୁ ହଟାଯାଏ ତେବେ ୭ଜଣ ବଦଳି ଯିବେ । ସରକାର ଏଭଳି କରୁଛନ୍ତି କଣ ପାଇଁ ଏସବୁ କୁ ନେଇ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଠିଛି ।
ଆଗକୁ ଆସୁଛି ୨୦୧୯ ସାଧାରଣ ନିର୍ବାଚନ । ଏଣୁ ସରକାର ଏହାକୁ ଆଖିରେ ରଖି ବଦଳଉ ନାହାଁନ୍ତି ତ ପଦବୀ ?୧୯୮୬ ବ୍ୟାଚ ଡଃ ଆରପି ଶର୍ମାଙ୍କ କାର୍ଯ୍ୟକାଳ ୨୦୨୦ ମେ ମାସରେ ଶେଷ ହେବ । ମାତ୍ର ସରକାର କେଉଁ ସ୍ୱାର୍ଥକୁ ଆଖିରେ ରଖି ଏହି ପଦବୀକୁ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି ? ୨୦୧୭ ସେପ୍ଟେମ୍ବରରେ ଦାୟିତ୍ୱ ନେଇଥିଲେ ଡଃ ଶର୍ମା । ୬ ବର୍ଷରେ କେବଳ ପ୍ରକାଶ ମିଶ୍ରଙ୍କୁ ଛାଡିଦେଲେ କୈାଣସି ବି ଜଣେ ଡିଜିପି ୨ ବର୍ଷ କାର୍ଯ୍ୟ କରିନାହାଁନ୍ତି ।
ତେବେ ମିଳିଥିବା ସୂଚନା ଅନୁସାରେ ଡଃ ଶର୍ମାଙ୍କ ସ୍ଥାନରେ ତାଙ୍କ ବ୍ୟାଚର ବିକେ ଶର୍ମାଙ୍କ ଉପରେ ସରକାର ଆସ୍ଥା ପ୍ରକଟ କରିବାର ସମ୍ଭାବନା ରହିଛି। ସେ ଚିଟଫଣ୍ଡ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କ ଭାବମୂର୍ତ୍ତିକୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇଥିଲେ। ଜଣେ ଦକ୍ଷ,କର୍ମଠ ଓ ସଚ୍ଚୋଟ ଅଫିସର ଭାବେ ଶ୍ରୀ ଶର୍ମାଙ୍କର ଓଡ଼ିଶା ପୁଲିସ ଉପରେ ନିୟନ୍ତ୍ରଣ ମଧ୍ୟ ରହିଛି।