ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟର ସରକାରୀ ସ୍କୁଲ ମାନଙ୍କରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ପଢିବେ ଛାତ୍ରଛାତୀ । ପ୍ରଥମ ପର୍ଯ୍ୟାୟରେ ୧୦୦ ଟି ସେଣ୍ଟର ଅଫ୍ ଏକ୍ସିଲେନ୍ସ ସ୍କୁଲରେ ଇଂରାଜୀ ବିଷୟ ସାମିଲ କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ପ୍ରଦାନ କରିଛନ୍ତି ।
୨୦୨୧-୨୨ ଶିକ୍ଷାବର୍ଷରୁ ଏହା ଲାଗୁ କରାଯିବ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି । ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ ପ୍ରକାଶ ଚନ୍ଦ୍ର କହିଛନ୍ତି ପ୍ରଥମ ଶ୍ରେଣୀରୁ ଇଂଲିଶର ଆବଶ୍ୟକତା ନାହିଁ । ପ୍ରଥମ ଶ୍ରେଣୀରେ ପିଲା ଓଡିଆ ପଢୁ ଦ୍ୱିତୀୟ ଶ୍ରେଣୀରୁ ଇଂରାଜୀ ରଖାଗଲେ ଭଲ ହୁଅନ୍ତା । ରାଜ୍ୟରେ ଏବେ ବି ଅନେକ ସ୍କୁଲରେ ଇଂରାଜୀ ଶିକ୍ଷକ ନାହାନ୍ତି । ତେଣୁ ପ୍ରଥମେ ଶିକ୍ଷକ ପଦବୀ ପୂରଣ କରିବା ଉପରେ ଗୁରୁତ୍ୱ ଦିଆଯାଇ ବୋଲି ପ୍ରକାଶ ଚନ୍ଦ୍ର କହିଛନ୍ତି ।