ଭୂବନେଶ୍ୱର(ଏଟିଆର ବ୍ୟୁରୋ):ସ୍କୁଲ ଫି ଛାଡ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ।ହାଇାକାର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ତର୍ଜମା କରାଯିବ । ସ୍କୁଲ ଫି ଛାଡ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତିଛାଡିଛନ୍ତି ସରକାର ।
ଗଜପତି ଜିଲ୍ଲାରେ ଶିକ୍ଷକ ଓ ଛାତ୍ରଛାତ୍ରୀ କରୋନା ସଂକ୍ରମଣ ହେବା ପରେ ସ୍କୁଲ ଯିବା ପୂର୍ବରୁ ଶିକ୍ଷକମାନଙ୍କର କୋଭିଡ ଟେଷ୍ଟ ହୋଇଥିଲା । ଏବଂ ଯେଉଁମାନଙ୍କର କୋଭିଡ ପଜିଟିଭ ହୋଇଥିଲା ସେମାନଙ୍କ ଆଇସୋଲେସନରେ ଅଛନ୍ତି । ଯେଉଁଠି ଶିକ୍ଷକ କମ ରହିଛନ୍ତି ଅନ୍ୟସ୍ଥାନରୁ ଶିକ୍ଷକ ଆଣି ପାଠପଢାଯାଉଛି ।
ଋବିବାର ଥାଇ ମଧ୍ୟ ପିଲାମାନେ ୬୫ ପ୍ରତିଶତ ପିଲା ପାଠପଢିବା ପାଇଁ ବିଦ୍ୟାଳୟକୁ ଆସିଥିଲେ । ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସ୍ୱାସ୍ଥ୍ୟ ଆମପାଇଁ ବେଶ ଗୁରୁୂତ୍ୱପୂର୍ଣ୍ଣ ଏବଂ ସରକାରଙ୍କ ଗାଇଡଲାଇନ ମାନି ସମସ୍ତ କାର୍ଯ୍ୟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ।
ଆସନ୍ତା ୧୪ ରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଯାଇ ହଜାର କୋଟି ଟଙ୍କାର ଜଳସେଚନ ପ୍ରକ୍ଳଳ୍ପର ଶୁଗାରମ୍ଭ କରିବେ ।ଏଥିରେ କଳାହାଣ୍ଡି ଜିଲ୍ଲାରେ ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ ।