ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜଧାନୀରେ ଆଜି ସକାଳୁ ୫ ଟି ସ୍କୁଲ ପରିଦର୍ଶନ କଲେ (୫ ଟି) ସଚିବ ଭି.କେ ପାଣ୍ଡିଆନ ।ଭୁବନେଶ୍ୱର ୟୁନିଟ -୬ , ୟୁନିଟ-୧, କ୍ୟାପିଟାଲ ହାଇସ୍କୁଲ , ୟୁନିଟ-୯ ଗାର୍ଲସ୍ ହାଇସ୍କୁଲ ଏବଂ ଆରଆଇସି ଭିଲେଜ୍ ହାଇସ୍କୁଲ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷକ ଓ ଏସଏମସି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ।
ହାଇସ୍କୁଲ ଗୁଡିକରେ ଥିବା ଭିତ୍ତି ଭୂମି କିପରି କରାଗଲେ ଏଥିରେ କିଭଳି ସୁଧାର ଆସିବ ଏନେଇ ସେ ସ୍କୁଲ କତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ସ୍କୁଲ କାର୍ଯ୍ୟକ୍ରମ କିପରି ଚାଲିଛି ଏ ନେଇ ମଧ୍ୟ ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଅନୁକୂଳ ପରିବେଶ ଓ ବୈଜ୍ଞାନିକ ଜ୍ଞାନକୈାଶଳ ,ପିଲାଙ୍କ ପାଇଁ ପ୍ରେରଣାଦାୟୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଉପରେ ଗୁରୁତତ୍ୱାରୋପ କରିଛନ୍ତି ।
ଏବଂ ଏଥି ସହ ସ୍କୁଲ ରେ ଥିବା ସାଇନ୍ସ ଲ୍ୟାବ ,କ୍ଲାସରୁମ୍, ଲାଇବ୍ରେରୀ , ଓ ଖେଳ ସୁବିଧା ସହ ଦଶମରେ ଏ୧ ଗ୍ରେଡ ପରୀକ୍ଷା ଫଳ ନେଇ ୫ଟି ସଚିବ ଆଲୋଚନା କରିଛନ୍ତି । ସେହିପରି ସ୍କୁଲ ରେ ମୋ ସ୍କୁଲ କାର୍ଯ୍ୟକ୍ରମ କିଭଳି ଚାଲିଛି ଏବଂ ଏହାର ପ୍ରଭାବ କିପରି ସେ ନେଇ ମଧ୍ୟ ଆଲୋଚନା କରିଛନ୍ତି ପାଣ୍ଡିଆନ ।