ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ମୁକାବିଲା ମଧ୍ୟରେ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ନେଇ ଚିନ୍ତାରେ ସରକାର । ରାଜ୍ୟ ବାହାରେ ଫସି ରହିଛନ୍ତି ଦେଢଲକ୍ଷ ଓଡିଆ । ସେଥିପାଇଁ ଆଜି ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକ ଶେଷ ହେବା ପରେ ଗୃହ ସଚିବ ସଞ୍ଚୀବ ଚୋପ୍ରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି କି, ଦେଶରେ ଲକ୍ ଡାଉନ୍ ଘୋଷଣା କରାଯିବା ପରେ ଏପର୍ଯ୍ୟନ୍ତ ବାହାର ରାଜ୍ୟରେ ଦେଢ ଲକ୍ଷ ଓଡିଆ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ୪୦ ହଜାର ଲୋକଙ୍କ ସହିତ ଯୋଗାଯୋଗ ହୋଇ ପାରିଛି । ଏହାସହିତ କଣ୍ଟ୍ରୋଲ ରୁମ୍ କୁ ବର୍ତ୍ତମାନ ସୁଧା ୮ ହଜାର ୨ ଶହ ଫୋନ୍ କଲ୍ ଆସିଛି । ଏହାବ୍ୟତିତ ଏକ ଶହରୁ ଅଧିକ ଏକତ୍ରିତ ହୋଇଥିବା ଓଡିଆ ଗ୍ରୁପ୍ କୁ ଚିହ୍ନଟ କରାଯାଇଛି । ଏନେଇ ବିଭିନ୍ନ ରାଜ୍ୟରେ ନିୟୋଜିତ କରାଯାଇଥିବା ନୋଡାଲ ଅଫିସର ରାଜ୍ୟ ସରକାରଙ୍କୁ ରିପୋର୍ଟ ପଠାଉଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କି, ଲକ୍ ଡାଉନ୍ ପ୍ରଭାବରେ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଫଶି ରହିଥିବା ଲୋକଙ୍କ ପାଖରେ ଯେପରି ଖାଦ୍ୟ ଏବଂ ମେଡିମିନ୍ ପହଁଚିବ ସେନେଇ ଅଧିକ ଗୁରୁତ୍ୱ ଦିଆଯାଉଛି ।