ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଚିନ୍ତା । କରୋନା ଭାଇରସ ବର୍ତ୍ତମାନ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସରେ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି । ତେବେ ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଭାରତରେ କରୋନା ଭାଇରସ ଦ୍ୱାରା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪୦ରୁ ଉର୍ଦ୍ଧ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଭାଇରସର ମୁକାବିଲା କରିବା ପାଇଁ ବହୁ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ।
ତେବେ କରୋନାର ପ୍ରଭାବ ରେଲୱେରେ ମଧ୍ୟ ପଡିଥିବାର ଦେଖିବାକୁ ମିଳିଛି । ୭ ଦିନ ମଧ୍ୟରେ ରେଲୱେର ୧ ଲକ୍ଷ ଟିକେଟ ବାତିଲ ହୋଇଛି । ଯାହାକି ଚଳିତ ବର୍ଷ ବାତିଲ ହୋଇଥିବା ଟିକେଟ ତୁଳନାରେ ୬୭ ପ୍ରତିଶତ ଅଧିକ । ଏହି ଭଳି ପରିସ୍ଥିତ କେବଳ ଓଡିଶାରେ ଦେଖିବାକୁ ମିଳୁଛି ତାହା ନୁହେଁ ସାରା ଦେଶରେ ଏହା ଦେଖିବାକୁ ମିଳୁଛି । ଭାରତରେ ଟିକେଟ ବାତିଲ ୮୦ ପ୍ରତିଶତ ବୃଦ୍ଧି ପାଇଛି । କରୋନା ଭାଇରସ ପାଇଁ ଯାତ୍ରୀ ମାନେ ରେଳ ରେ ଯାତ୍ରା କରିବାକୁ ଭୟ କରୁଛନ୍ତି । ରେଳ ଷ୍ଟେସନ ଖାଲି ପଡୁଥିବାର ଦେଖିବାକୁ ମିଳୁଛି ।
ଅନ୍ୟପଟେ କରୋନା ପାଇଁ ଷ୍ଟେସନ ମାନଙ୍କରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବହାରୁ ଆସୁଥିବା ଯାତ୍ରୀ ମାନଙ୍କର ସ୍କ୍ରିନିଂ କରାଯାଉଛି । ଷ୍ଟେସନ ମାନଙ୍କରେ ଯାତ୍ରୀ ମାନଙ୍କ ପାଇଁ ହେଲପ ଡେସ୍କ କରାଯାଇଛି । ଷ୍ଟେସନରେ ଯାତ୍ରୀ ବସୁଥିବା ଚେୟାର ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଭଲ ଭାବେ ସାନିଟାଇଜ୍ କରାଯାଉଛି ।