ମହାରାଷ୍ଟ୍ର(ଏଟିଆର ବ୍ୟୁରୋ):ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ଥିବା ହସ୍ପିଟାଲରେ ଘଟିଛି ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୧୦ ଜଣ ଶିଶୁଙ୍କର ମୁତ୍ୟୁ ହୋଇଥିବାର ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।ନିଆଁ ଲାଗିବା ସମୟରେ ୱାର୍ଡରେ ୧୭ ଜଣ ଚିକିତ୍ସା ହେଉଥିବା ବେଳେ ୭ ଜଣଙ୍କର ଉଦ୍ଧାର କରାଯାଇଛି ।
ବିଜୁଳି ଓ ସଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ଉକ୍ତ ଶିଶୁମାନଙ୍କ ବୟସ ୧ ଦିନରୁ ୩ ମାସ ମଧ୍ୟରେ ବୋଲି ଜଣାପଡିଛି । ପ୍ରବଳ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୁତ୍ୟୃୁ ଘଟିଥିଲା ।
ଘଟଣା ପରେ ଶିଶୁଙ୍କ ପିତାମାତା ଦୁଃଖରେ ଭାଙ୍ଗି ପଡିଥିଲେ ।ଏହି ଘଟଣା ପାଇଁ ସେମାନେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରୁଛନ୍ତି। ତା’ସହିତ ଘଟଣାର ତଦନ୍ତ କରିବା ପାଇଁ ସେମାନେ ଦାବି କରିଛନ୍ତି।