କଟକ(ଏଟିଆର ବ୍ୟୁରୋ):ପ୍ରଥମ ଥର ପାଇଁ ନାସା ଯିବେ ୧୦ ଓଡିଆ ଛାତ୍ରଛାତ୍ରୀ । ଏହି ୧୦ ଜଣ ଛାତ୍ରଛାତ୍ରୀ ଯିବେ ନ୍ୟାନାଲ ଏରୋନେଟିକ୍ସ ସ୍ପେସ୍ ରିସର୍ଚ୍ଚ ଆଡମିନଷ୍ଟ୍ରେସନ । ସାରା ବିଶ୍ୱରେ ୮୭ ଟି ଟିମ ଭାଗ ନେଉଥିବା ବେଳେ ଏହି ଟିମ୍ ସେଠାରେ ନିଜ ହାତ ତିଆରି ରୋବର୍ଟକୁ ଉପସ୍ଥାପନ କରିବେ ।
ଏଥିରେ ଭାଗ ନେଇଥିବା ସମସ୍ତ ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ଯନ୍ତ୍ରପାତିକ ସାମଗ୍ରୀ ତଥା ସାଇକେଲ , ବାଇକ , ଅଟୋର ଯନ୍ତ୍ରପାତିକୁ ନେଇ ୧୯ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରୁଛନ୍ତି ରୋବର୍ଟ । ଏହି ଟିମର ଡାଇରେକ୍ଟର ରହିଛନ୍ତି କଟକ ୪୨ ମୈାଜାର ଯୁବ ବୈଜ୍ଞାନିକ ଅନୀଲ ପ୍ରଧାନ ।