ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଦୁଇ ଦିନରେ ୧୦୦ କୋଟି ଟଙ୍କା ଦାନ ମିଳିଛି । ଶ୍ରୀରାମ ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ କାର୍ୟ୍ୟକର୍ତ୍ତାଙ୍କ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ମିଳିଛି। ଏହି ସୂଚନା ବର୍ତ୍ତମାନ ଶୁଦ୍ଧା ମୁଖ୍ୟ କାର୍ଯ୍ୟଳୟ ପାଖରେ ପହଞ୍ଚି ନାହିଁ ।
ରାମ ମନ୍ଦିର ପାଇଁ ଯୋଗଦାନ ଅଭିଯାନ ଚାଲିଛି । ଏହା ଫେବ୍ରୁଆରୀ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।ଏହି ଅଭିଯାନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୫ ଲକ୍ଷ ଟଙ୍କା ଦାନ କରିଥିବା ବେଳେ ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ଙ୍କ ପରିବାର ବର୍ଗ ମଧ୍ୟ ୫ ଲକ୍ଷ ଅଧିକ ରାଶିଦାନ କରିଛନ୍ତି ।
ରାୟବରେଲୀ ଜିଲ୍ଲା ତେଜଗାଁର ପୂର୍ବତନ ବିଧାୟକ ସୁରେନ୍ଦ୍ର ବହାଦୁର ସିଂହ ସବୁଠାରୁ ଅଧିକ ଯୋଗଦାନ ଦେଇଛନ୍ତି ।ସେ ୧ କୋଟି ୧୧ ଲକ୍ଷ ୧୧୧ ଟଙ୍କାର ଚେକ ଦେଇଛନ୍ତି । ଉତ୍ତରଖଣ୍ଡ ମୁଖ୍ୟମନ୍ତ୍ରୀ ତିବେଦ୍ର ସିଂହ ରାବତ ୧.୫୧ ଲକ୍ଷ ଟଙ୍କା ଯୋଗଦାନ କରିଛନ୍ତି ।