ପୁରୀ (ଏଟିଆର ବ୍ୟୁରୋ); ପୁଣି ନଜରକୁ ଆସିଲା ଆଉ ଏକ ଲଜ୍ୱାଜନକ ଘଟଣା । ଛାତ୍ରୀଙ୍କୁ ଟେକି ନେଇ କଲେ ଗଣଦୁଷ୍କର୍ମ । ପରିଶ୍ରା କରିବା ପାଇଁ ଯାଇଥିବା ବେଳେ ଘଟିଛି ଏଭଳି ଘଟଣା । ତେବେ ଏଭଳି ଏକ ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ଅନ୍ତର୍ଗତ ଗିଲିନାସୀ ଆବାସିକ ସ୍କୁଲ ହଷ୍ଟେଲରେ । ଏହି ଘଟଣାରେ ଜଡିତ ଥିବା ଗିଲିନାସୀ ଗ୍ରାମର ଦୁଇ ଯୁବକ ବଦ୍ରି ପ୍ରଧାନ ଏବଂ ଭାଗୀରଥୀ ଗୈାଡ ଫେରାର ଅଛନ୍ତି । ପିଡିତାଙ୍କ ମା ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ପୋଲିସ ରିପୋର୍ଟ ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ଆବାସିକ ବିଦ୍ୟାଳୟରେ ରହୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀ ପରିଶ୍ରା କରିବା ପାଇଁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ହଷ୍ଟେଲ ରୁମ ଠାରୁ ଦୂରରେ ରହିଥିଲା ପରିଶ୍ରାଗାର । ସେପଟେ ହଷ୍ଟେଲରେ ପାଚେରୀ ନଥିବା ବେଳେ ସମସ୍ତେ ଏହି ପରିସର ମଧ୍ୟରେ ପ୍ରବେଶ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ମନରେ ଖରାପ ଭାବନା ରଖି ଗିଲିନାସୀ ଗ୍ରାମର ଦୁଇ ଯୁବକ ବଦ୍ରି ଏବଂ ଭାଗୀରଥୀ ପରିଶ୍ରାଗାର ପାଖରେ ଲୁଚି ବସିଥିଲେ । ଛାତ୍ରୀ ଜଣକ ସେଠାକୁ ଯିବା ବେଳେ ତାଙ୍କୁ ଟେକି ନେଇଥିଲେ ।
ନିକଟରେ ଥିବା ଏକ ଜଙ୍ଗଲକୁ ଟେକି ନେଇ ଦୁଇ ଜଣ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ତେବେ ଛାତ୍ରୀ ଜଣକ ହଷ୍ଟେଲକୁ ଫେରିବା ପରେ ଘରକୁ ଫୋନ କରି ସବୁ କହିଥିଲେ । ଛାତ୍ରୀଙ୍କ ମା ଘଟଣା ସମ୍ପର୍କରେ ଜାଣିବା ପରେ କୂଷ୍ଣପ୍ରସାଦ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଏହି ଏତଲା ଆଧାରରେ ମାମଲା ରୁଜୁ କରି ଅପରାଧୀଙ୍କୁ ଖୋଜୁଛି ।