ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ୧୧ ଟି ଜିଲ୍ଲାକୁ ସପ୍ତାହରେ ଦୁଇ ଦିନିଆ ସଟ୍ ଡାଉନ୍ କରିବା ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏହି ନିୟମ ଜୁନ୍ ମାସ ଯାଏଁ ବଳବତ୍ତର ରହିବ । ଏନେଇ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସପ୍ତାହରେ ଦୁଇ ଦିନିଆ ସଟ୍ ଡାଉନ୍ ଘୋଷଣା ହୋଇଥିବା ୧୧ ଟି ଜିଲ୍ଲା ମଧ୍ୟରେ ପୁରୀ, କଟକ, ନୟାଗଡ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଏବଂ ବଲାଙ୍ଗିର ରହିଛି । ପ୍ରତ୍ୟେ ସପ୍ତାହର ଶନିବାର ଏବଂ ରବିବାର ଏହି ଜିଲ୍ଲା ଗୁଡିକୁ ସଟ୍ ଡାଉନ୍ କରାଯିବ । ଏହି ସମୟରେ କେବଳ ଜରୁରୀ କାର୍ଯ୍ୟକୁ ଛାଡି ଦେଲେ ସବୁ କିଛି ବନ୍ଦ ରହିବ ।
ରାଜ୍ୟରେ ଦ୍ରୁତ୍ ଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଆଜି ଗୋଟେ ଦିନରେ ସର୍ବାଧିକ ୧୫୬ ନୂତନ ମାମଲା ଚିହ୍ନଟ ହୋଇଛି । ଯାହାଫଳରେ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ଟପି ସାରିଲାଣି ।