ପୁରୀ(ଏଟିଆର ବ୍ୟୁରୋ): ପୁରୀକୁ ବିଶ୍ୱ ଐତିହ କରାଇବା ପାଇଁ ପ୍ରସାସନ ପକ୍ଷରୁ ଜୋର ଦାର ପ୍ରୟାସ କରାଯାଉଛି । ପ୍ରଥମ ସ୍ତରରେ ଶ୍ରୀମନ୍ଦିର ଚାରି ପଟେ ଥିବା ଜବର ଦଖଲକୁ ଉଚ୍ଛେଦ କରାଯାଉଛି । ତେବେ ଏହା ପରେ ପୁରୀ ସହରକୁ ସଫା ସୁତରା ରଖିବା ପାଇଁ ବର୍ତ୍ତମାନ ଆଉ ଏକ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ପୁରୀ ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବାକୁ ସହରରରେ ୧୧ଟି ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ପ୍ରତିଷ୍ଠା ହେବାକୁ ଯାଉଛି । ତେବେ ପୁରୀ ସହରରେ ପୂର୍ବରୁ ସଫେଇ କର୍ମଚାରୀ ମାନେ ରାସ୍ତାରୁ ଅଳିଆ ଅର୍ବଜନା ଉଠାଉଥିଲେ । ଏହାକୁ ଧିରେ ଧିରେ ବନ୍ଦ କରାଯିବ ।
ବର୍ତ୍ତମାନ ପୁରୀ ସହରରେ ଥିବା ୪୮ ହଜାର ଘରରୁ ଅର୍ବଜନା ଆଣିବା ପାଇଁ ୪୮ଟି ସ୍ୱତନ୍ତ୍ର ଭାବେ ନିର୍ମିତ ଗାଡି ଚଳାଚଳ କରିବ । ଏହି ଗାଡି ଗୁଡିକରେ ଜିପିଏସ ଲଗାଯିବ । ଏହା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ୮୦ ଜଣ ମହିଳାଙ୍କୁ ନିଯୁକ୍ତି ଦିଆଯିବ । ଏହି ମହିଳା ମାନେ ସହରରେ ବୁଲି ଏହି ସ୍ୱଚ୍ଛ, ନିର୍ମଳ ପୁରୀ ସମ୍ପର୍କରେ ସଚେତନ କରିବେ । ନିକଟରେ ୨୦ଟି ଗାଡି ସହରର ପ୍ରତ୍ୟେକ ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବ କାର୍ଯ୍ୟର ଉଦଘାଟନ କରିଛନ୍ତି ଜାତୀୟ ସଫେଇ କର୍ମଚାରୀ । ଏବେ ପ୍ରାଥମିକ ଭାବେ ୫ଟି ଗାଡି ବର୍ତ୍ତମାନ ସହରର ପ୍ରମୁଖ ସ୍ଥାନକୁ ଯାଇ ବର୍ଜ୍ୟବସ୍ତୁ ସଂଗ୍ରହ କରିବା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ବର୍ଜ୍ୟବସ୍ତୁକୁ ସଂଗ୍ରହ କରାଯାଇ ପ୍ରକ୍ର୍ରିୟାକରଣ କରାଯିବ ।