ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଏଣିକି ପୋଲିସ,ଦମକଳ,ଆମ୍ବୁଲାନ୍ସ ପାଇଁ ଆଉ ଅଲଗା ଅଲଗା ନମ୍ବରରେ କଲ କରିବାକୁ ପଡିବ ନାହିଁ । ଆଜିଠୁ ରାଜ୍ୟର ସମସ୍ତ ଜରୁରୀ ସେବ ପାଇଁ ଗୋଟେଏ ନମ୍ବରକୁ କଲା କଲେ ମିଳିବ ୩ ଟି ଜରୁରୀ ସେବା ।୧୧୨ କୁ କଲ କଲେ ମିଳିବ ଏହି ସବୁ ପ୍ରକାର ସୁବିଧା ।
ଆଜି ସନ୍ଧ୍ୟା ୫ ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଏହାର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର,ଉନ୍ନୟନ କମିଶନର ପି.କେ ଜେନା,ସ୍ୱାସ୍ଥ୍ୟ ସଚିବ ପି. କେ ମହାପାତ୍ର, ପୋଲିସ ଡିଜି ଶ୍ରୀ ଅଭୟ, ଅଗ୍ନିଶମ ଡିଜି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କେ ପଣ୍ଡିଆନ ପ୍ରମୁଖ ଉପସ୍ଥିତ ରହିବେ ।
ପୂର୍ବରୁ ପୋଲିସ ସେବା ପାଇଁ ୧୦୦,ଅଗ୍ନିଶମ ପାଇଁ ୧୦୧, ଆମ୍ବୁଲାନ୍ସ ସେବା ପାଇଁ ୧୦୮ ଓ ଜନନୀ ଏକ୍ସପ୍ରେସ ପାଇଁ ୧୦୨ କୁ ଡାଏଲ କରିବାକୁ ପଡ଼ୁଥିଲା । କିନ୍ତୁ ବର୍ତ୍ତମାନ ଏହି ସବୁ ସମସ୍ୟା ଆଉ ରହିବ ନାହିଁ ।