ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ୧୧ ତମ ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ । ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ରିସର୍ଚ ସେଣ୍ଟର ଠାରେ ଏହା ଅନୁଷ୍ଠିତ ହୋଉଛି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଳିବ । ଦୀର୍ଘ ୪ ଦିନ ଧରି ହୋଉଥିବା ଏହି ଉତ୍ସବରେ, ଭାରତର ବିଭିନ୍ନ ଭଷାରେ ନିର୍ମାଣ ହୋଇଥିବା ୪୦ଟି ଫିଲ୍ମ ଏଠାରେ ପ୍ରର୍ଦଶିତ ହେବ ।
ଏହି ଫିଲ୍ମ ଗୁଡିକ ସମାଜର ସତ୍ୟତା, ଲିଙ୍ଗ ଅସମାନତା, ବର୍ଣ୍ଣ ବେଷøମ୍ୟ ଉପରେ ପ୍ରଶ୍ନକୁ ନେଇ ନିର୍ମିତ ।ଏହି ଉତ୍ସବ ଓଡିଆ ଚଳଚ୍ଚିତ୍ର ନିର୍ମାତା ସ୍ୱର୍ଗତ ମନମୋହନ ମହାପାତ୍ରଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ତେବେ ଏହି ଉତ୍ସବରେ ମନମୋହନଙ୍କ ଚଳଚ୍ଚିତ୍ର ଭିଜା ମାଟିର ସ୍ୱର୍ଗ ପରଦାରେ ପ୍ରର୍ଦଶିତ କରାଯାଇଛି ।