ସମ୍ବଲପୁର (ଏଟିଆର ବ୍ୟୁରୋ): ଆଜି ହୀରାକୁଦ ଜଳଭଣ୍ଡାରର ମୋଟ ୧୨ ଟି ଗେଟ ଖୋଲା ଯାଇଛି । ଏହି ୧୨ ଟି ଗେଟ ଦେଇ ବନ୍ୟାଜଳ ନିଷ୍ପାସିତ ହେଉଛି । ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ୬୧୫.୪୧ ଫୁଟ୍ ରହିଛି ଜଳସ୍ତର ।
ସେହିପରି ଏହି ୧୨ ଟି ଗେଟ ଦେଇ ୧ ଲକ୍ଷ ୯୩ ହଜାର ୪୫୩ କ୍ୟୁସେକ ଜଳ ନିଷ୍କାସନ ହେଉଥିବା ବେଳେ ୨ ଲକ୍ଷ ୪ ହଜାର ୭୯ କ୍ୟୁସେକ ଜଳ ଡ୍ୟାମ ଭିତରକୁ ପ୍ରବେଶ କରୁଛି ।
ପ୍ରବଳ ବର୍ଷା ସମେତ ଡ୍ୟାମ ଭିତରକୁ ଜଳ ପ୍ରବେଶ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ୧୨ ଗେଟ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।