ବୌଦ୍ଧ (ଏଟିଆର ବ୍ୟୁରୋ): କୋଶଳ ସମନ୍ୱୟ ସମିତି ପକ୍ଷରୁ କଣ୍ଟାମାଳରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ୩ଦଫା ଦାବି ପୂରଣ କରିବା ପ୍ରତିବାଦରେ ଆଜି ଏହି ବନ୍ଦ ଡାକରା ଦିଆଯାଉଛି । କଣ୍ଟାମାଳକୁ ଉପଖଣ୍ଡ ମାନ୍ୟତା ପ୍ରଦାନ, ସହରର ଖଳିଆପାଳ ଠାରେ ବେଆଇନ ଜବରଦଖଲ ଉଚ୍ଛେଦ ଓ ତରଭା ତେଲନଦୀ ସେତୁକୁ ତୁରନ୍ତ କାର୍ଯ୍ୟକ୍ଷମ ଭଳି ୩ ଦଫା ଦାବି ନେଇ କୋଶଳ ସମନ୍ୱୟ ସମିତି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।
ଏହି ବନ୍ଦର ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ସହରର ସମସ୍ତ କାର୍ଯ୍ୟଳୟ ବନ୍ଦ ରହିଛି । କେବଳ ଯେ ଦୋକାନ ବଜାର ବନ୍ଦ ରହିଛି ତାହା ନୁହେଁ ବନ୍ଦର ପ୍ରଭାବରେ ସହରରେ ଗାଡି ଚଳାଚଳ ମଧ୍ୟ ପ୍ରଭାବିତ । ବନ୍ଦର ପ୍ରଭାବରେ ବୌଦ୍ଧ – କଣ୍ଟାମାଳ – ମନମଣ୍ଡା ୫୬ଏନଏଚ ଦେଇ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଫଳରେ ଏନଏଚରେ ଶହ ଶହ ଗାଡି ଅଟକି ରହିଛି ।