ବାଲେଶ୍ୱର ( ଏଟିଆର ବ୍ୟୁରୋ): ବାଲିଆପାଳରେ ଥାନା ଅଧିକାରୀଙ୍କୁ ମାଡ ମାରିବା ଘଟଣାରେ ଗିରଫ ହେଲେ ୧୩ ଅଭିଯୁକ୍ତ । ଗତକାଲି ବିଳମ୍ଭିତ ରାତିରେ ବାଲିଆପାଳପୋଲିସ ଅଚାନକ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏବେ ୧୩ ଜଣଙ୍କୁ ବିଭିନ୍ନ ଅଜ୍ଞାତ ସ୍ଥାନରେ ରଖି ପୋଲିସ ପଚରା ଉଚନା କରୁଥିବା ନେଇ ସୂଚନା ମିଳିଛି । ଗତ ୨୬ ତାରିଖରେ ବାଲିଆପାଳ ଥାନାଧିକାରୀ ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ କିଛି ଗ୍ରାମବାସୀ ମାଡ ମାରିଥିବା ଖବର ସାମ୍ନାକୁ ଆସିଥିଲା ।
ସୂଚନା ଅନୁସାରେ ଗତ ୨୬ ତାରିଖରେ ବାଲିଆପାଳ ଏକ ଢାବାରୁ ଜଣେ ନାବାଳକଙ୍କ ମୃତ ଦେହ ମିଳିଥିଲା । ଗ୍ରାମବାସୀ ମାନେ ଏ ନେଇ ପୋଲିସକୁ ଖବର ଦେବା ପରେ ମଧ୍ୟ ପୋଲିସ ସେଠାରେ ବିଳମ୍ଭରେ ପହଞ୍ଚିଥିବା ଗ୍ରାମବାସୀ ମାନେ ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । କିଛି ଉତ୍ୟକ୍ତ ଲୋକ ପୋଲିସକୁ ମାହ ମାରିବା ସହ ଢାବା ପୋଡି ଦେଇଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।
ଏହି ଘଟଣାରେ ପୋଲିସଙ୍କ ପାଇଁ ସୁରକ୍ଷା ଦାବି କରି ନିଲମ୍ବିତ ହୋଇଥିବା ପୋଲିସ ସଂଘ ସଭାପତି ସତ୍ୟଜିତ ମିଶ୍ରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ତେବେ ସତ୍ୟଜିତ୍ଙ୍କୁ କାହିଁକି ନିଲମ୍ବନ କରାଯାଇଛି, ସେନେଇ ଏବେ ବିଭିନ୍ନ ମହଲରେ ନାକାରାତ୍ମକ ମତ ପ୍ରକାଶ ପାଇଛି । ବିଭିନ୍ନ ବୁଦ୍ଧିଜୀବୀ ମହଲରେ ସତ୍ୟଜିତ ମିଶ୍ରଙ୍କ ନିଲମ୍ବନକୁ ନିନ୍ଦା କରଯାଇଛି ।