ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆଜି ରାଜ୍ୟରେ ନୂତନ ୧୩୦ ଜଣ ଆକ୍ରାନ୍ତ ଚିହ୍ନଇ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୨ ଜଣ । ତନ୍ମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମର ୧୩ ଜଣ ରହିଛନ୍ତି । ସେହି ୧୩ ଜଣଙ୍କ ମଧ୍ୟରୁ ୭ ଜଣ ହୋମ୍ କ୍ୱାରେଣ୍ଟାଇନ୍ ରୁ ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।
ଭୁବନେଶ୍ୱରରେ ଆଜି ଚିହ୍ନଟ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ୟୁନିଟ୍ ୪ ର ୨ ଜଣ, ଡୁମୁଡୁମାରୁ ଜଣେ , ସାଲିଆସହିରୁ ଜଣେ, ଆଇଗିଣିଆରୁ ଜଣେ, ଏବଂ ଲକ୍ଷ୍ମୀସାଗରରୁ ଜଣେ । ଏହି ୬ ଜଣ ସ୍ଥାନୀୟ ଅଞ୍ଚର ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏବେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧ କୁ ଛୁଇଁଛି । ସେମାନଙ୍କ ମଧ୍ୟରୁ ୫୧ ଜଣ ସୁସ୍ଥ ଘରକୁ ଫେରି ସାରିଛନ୍ତି ଏବଂ ୨୭ ଜଣଙ୍କ ଚିକିତ୍ସା ଚାଲିଛି । ସେହିପରି ଅନ୍ୟ ୩ ଜଣଙ୍କର ମୃତ୍ୟୁ ହୋଇଛି ।