କଟକ(ଏଟିଆର ବ୍ୟୁରୋ): କଟକରେ ପୁଣି ଚିନ୍ତା ବଢାଉଛି କରୋନା ସଂକ୍ରମଣ । ବୁଧବାର ଏକ ଘରୋଇ ବିଜ୍ଞାନ କଲେଜରୁ ୧୨ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗତକାଲି କଲେଜରୁ ପୁଣି ୧୩ ଜଣଙ୍କର ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏନେଇ ସହରବାସୀଙ୍କ ମନରେ କରୋନାର ଭୟ ପୁଣି ଥରେ ଦେଖିବାକୁ ମିଳିଛି ।
ଅନ୍ୟପଟେ କଲେଜର ୨୫ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହେବା ପରେ କଲେଜକୁ ୧୦ ଦିନ ବନ୍ଦ କରିଛନ୍ତି ସିଏମସି କତ୍ତୃପକ୍ଷ । ସମସ୍ତ ପଜିଟିଭ ପିଲାଙ୍କୁ କରୋନା ଗାଇଡଲାଇନ ଅନୁସାରେ ସଙ୍ଗରୋଧରେ ରଖାଯାଇଛି ।ଆଜି ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଉଛି ।
ତେବେ ସଂକ୍ରମିତ ହୋଇଥିବା ଛାତ୍ରଛାତ୍ରୀଙ୍କ ସହିତ ମିଳାମିଶା କରିଥିବା କିଛି ଛାତ୍ରଛାତ୍ରୀ ମଧ୍ୟ ଏକ୍ଷଣଯୁକ୍ତ ଥିଲେ । ଗତକାଲି ରାତିରୁ ସିଏମସିର ଆରଆଇଟି ଟିମ୍ କଲେଜରେ ପହଞ୍ଚି କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଥିଲେ ।