ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ୧୩୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୫୬୧ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୦୮ ଜଣ କ୍ୱାରେଣ୍ଟାଇନରେ ରହିଥିବାବେଳେ ୫୭୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ସର୍ବାଧିକ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ଜଣ ସୁନ୍ଦରଗଡରୁ ରହିଥିବାବେଳେ ଖୋର୍ଦ୍ଧାରୁ ୧୫୮ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡ଼ରୁ ୩୩, ଅନୁଗୁଳରୁ ୨୭, ବାଲେଶ୍ବରରୁ ୩୩, ଭଦ୍ରକରୁ ୩୬, ବଲାଙ୍ଗୀରରୁ ୫୪, ବୌଦ୍ଧରୁ ୧, କଟକରୁ ୫୬, ଦେବଗଡ଼ରୁ ୪, ଢେଙ୍କାନାଳରୁ ୪, ଗଜପତି ଜିଲ୍ଲାରୁ ୩ ଜଣ, ଗଞ୍ଜାମ ଜିଲ୍ଲାରୁ ୩୧ଜଣ, ଯାଜପୁର ଜିଲ୍ଲାରୁ ୧୯ଜଣ, ଜଗତସିଂହପୁର ଜିଲ୍ଲାରୁ ୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୨ ଜଣ, କଳାହାଣ୍ଡିରୁ ୩୦ଜଣ, କନ୍ଧମାଳରେ ୧୦, କେନ୍ଦ୍ରାପଡ଼ାରେ ୬ଜଣ, କେଉଁଝରରେ ୩୦ଜଣ, କୋରାପୁଟରେ ୯ ଜଣ, ମୟୁରଭଞ୍ଜରେ ୪୯ ଜଣ, ନବରଙ୍ଗପୁରରେ ୭୧ଜଣ, ନୟାଗଡ଼ରେ ୧୮, ନୂଆପଡ଼ାରେ ୯୦ ଜଣ, ପୁରୀରେ ୪୩ ଜଣ, ରାୟଗଡ଼ାରୁ ୨୫, ସମ୍ବଲପୁରରେ ୮୬ଜଣ, ସୋନପୁରରେ ୧୪ ଜଣ ଓ ଷ୍ଟେଟ ପୁଲରେ ୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
୧୩୭୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯,୫୬୧ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩,୩୯,୬୦୩ ଜଣ ସୁସ୍ଥ ହୋଇସାରିଛନ୍ତି। ୭୯୭୯ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୧୯୨୬ରେ ପହଞ୍ଚିଛି।