ବାଂଲାଦେଶ(ଏଟିଆର ବ୍ରୁରୋ): ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ହତ୍ୟା ଘଟଣାରେ ୧୪ ଜଣଙ୍କୁ ଇସଲାମି ଆତଙ୍କୀକୁ ମୃତ୍ୟୁ ଦଣ୍ଡ ଦିଆଯାଇଛି । ଏହି ସମସ୍ତ ବ୍ୟକ୍ତି ଦୋଷୀ ହରକତ ଉଲ ଜିହାଦ ବାଂଲାଦେଶା ସଦସ୍ୟ ବୋଲି ଜଣାପଡିଛନ୍ତି ।
୨୦୦ହ ମସିହା ଜୁଲାଇ ୨୧ ରେ ଦକ୍ଷିଣ ପଶ୍ଚିମ ଗୋପାଳଗଞ୍ଜର କୋଟଲିପାଡା ସ୍ଥିତ ଏକ ପଡିଆରେ ୭୬ କେଜିର ବମ ଲଗାଇଥିଲେ । ପ୍ରଧାନମନ୍ତ୍ରୀ ହେଲିକାପ୍ଟରୁ ଓହ୍ଲାଇବା ପୂର୍ବରୁ ସୁରକ୍ଷା କର୍ମୀମାନେ ଏହି ଘଟଣା ସମ୍ପର୍କରେ ଜାଣି ଦେଇଥିଲେ ।
ଢାକାର ନ୍ୟାୟାଧୀଶ ଜଜ୍ ଅବୁ ଜାଫର କମରୁଜ୍ଜାମ ମଙ୍ଗଳବାର ଦିନ ଏହି ରାୟ ଶୁଣାଇଛନ୍ତି । ଏହି ରାୟ ଶୁଣାଇବାବେଳେ ୧୪ ଜଣଙ୍କ ମଧ୍ୟରୁ ୯ ଜଣ ଦୋଷୀ ଅଦାଲତରେ ଉପସ୍ଥି ଥିଲେ । ଓ ଅନ୍ୟ ୫ ଜଣ ଦୋଷୀ ଏବେ ମଧ୍ୟ ଫେରାର ଅଛନ୍ତି । ଏମାନଙ୍କୁ ଖୁବ ଶୀଘ୍ର ଧରାଯାଇ ଦଣ୍ଡ ଦିଆଯିବ ।