ଯାଜପୁର ( ଏଟିଆର ବ୍ୟୁରୋ): ଆଜି ରାଜଧାନୀରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କଟକଣା ଅଧିକ କଡାକଡି କରିଛନ୍ତି । ଏହି ଅବସରରେ ଆଜି ଯାଜପୁରରେ କରୋନା ପାଇଁ ୧୪୪ ଧାରା ଜାରି କରାଯାଇଛି । ରାଜ୍ୟରେ ଖୋର୍ଦ୍ଧା , ଗଞ୍ଜାମ , ରାୟଗଡା ପରେ ଏବେ ଯାଜପୁରରେ ୧୪୪ ଧାରା ଜାରି କରାଯାଇଛି । ଜିଲ୍ଲା ପ୍ରଶାସନ ଆଜି ଯାଜପୁରରେ ୧୪୪ ଧାରା ଲାଗୁ କରିଛନ୍ତି । ସୂଚନା ଅନୁସାରେ ଏହି ନିକଟରେ ହେବାକୁ ଥିବା ବାରୁଣୀ ସ୍ନାନକୁ ମଧ୍ୟ ବନ୍ଦ କରାଯାଇଛି ।
ସେହିଭଳି ବିରଜା ମନ୍ଦିରକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଗାଡିକୁ କୁଆଖିଆ ପାଖରୁ ଫେରାଇ ଦେବାକୁ ନିର୍ଦେଶ ରହିଛି । ସେହିଭଳି ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ସମାବେଶ ଉପରେ ରୋକ ଲଗା ଯାଇଛି । ସେହିଭଳି ଯେଉଁ ଅନୁଷ୍ଠାନ ବା ବ୍ୟକ୍ତି ନିୟମର ଉଲ୍ଲଘଂନ କରିବେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପଟେ ସବୁ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି ।