ପୁରୀ(ଏଟିଆର ବ୍ୟୁରୋ): ଆସନ୍ତା ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚାରିପାଖ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ମାର୍କେଟ ଛକରୁ କାକୁଡି ଖାଇ ଛକ ପର୍ଯ୍ୟନ୍ତ ଏହା ଲାଗୁ ରହିବ । ଆଜି ଶ୍ରୀମନ୍ଦିର ନିତୀ ବୈଠକ ପରେ ଏଭଳି ସୂଚନା ମିଳିଛି । ସ୍ନାନ ପୂର୍ଣ୍ଣିମାକୁ ନଜରରେ ରଖି ଏଭଲି ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଉଛି । ଆସନ୍ତା ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ ।
ତେବେ ଚଳିତ ବର୍ଷ କରୋନା ମହାମାରୀ ବ୍ୟାପୁଥିବାରୁ ବହୁ କଟକଣା ସହ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ହେବ ବୋଲି ନିଷ୍ପତି ନିଆଯାଇଛି । ଅଳ୍ପ ସେବାୟତଙ୍କୁ ନେଇ ଓ ବିନା ଭକ୍ତରେ ସ୍ନାନ ଯାତ୍ରା ହେବ ବୋଲି ପୂର୍ବରୁ ନିଷ୍ପତି ନିଆଯାଇଛି । ଏହା ସହ ସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ହେଉଥିବା ଗରାବଡୁ ସେବାୟତ ମାନଙ୍କର କରୋନା ଟେଷ୍ଟ କରାଯାଇଛି । ଭକ୍ତମାନେ ଟିଭି ମାଧ୍ୟମରେ ସ୍ନାନ ଯାତ୍ରାର ସିଧା ପ୍ରସାରଣ ଦେଖିପରିବେ । ଏଥିପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗରୁ ବ୍ୟବସ୍ଥା କରାଯାଇଛି ।