ହଷ୍ଟେଲରେ ଛାତ୍ରଙ୍କୁ ଶିକ୍ଷକଙ୍କ ଅମାନୁସିକ ମାଡ । ମାଡ ଖାଇ ଗୁରୁତର ହେବା ପରେ ଅସୁସ୍ଥ ଛତ୍ର କଟକ ବଡ ମେଡିକାଲରେ ଭର୍ତ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ସାଲେପୁରରେ ଥିବା ଶ୍ରୀକ୍ଷେତ୍ର ଯୁକ୍ତ୨ ବିଜ୍ଞାନ ରେସିଡେଣ୍ଟାଲ କଲେଜରେ । ସୂଚନା ଅନୁସାରେ ଏହି କଲେଜରେ ଦୁଇଜଣ ଶିକ୍ଷକ ଆକ୍ରୋଶ ରଖି ଅମାନୁଷିକ ଭାବେ ବାଡେଇବା ଅଭିଯୋଗ କରିଛନ୍ତି ଛାତ୍ର ମାନେ।ଏନେଇ ୧୫ରୁ ଉର୍ଦ୍ଧ ଛାତ୍ର ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ସାଲେପୁର ଥାନାରେ ଏତଲା ଦେଇଛନ୍ତି।
ଶିକ୍ଷକଙ୍କ ମାଡରେ କିଛି ଛାତ୍ର ଅସୁସ୍ଥ ହୋଇ ପଡିବାରୁ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ଏସିବିରେ ଭର୍ତ୍ତି ହୋଇ ଥିଲା। ସେତେବେଳେ କିନ୍ତୁ ଘଟଣାକୁ ଚାପି ଦିଆଯାଇଥିଲା । ପରେ କଟକରେ ଭର୍ତ୍ତି ହୋଇଥିବା ଛାତ୍ର ଫେରିଲା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏନେଇ ଶିକ୍ଷକଙ୍କ ନାମରେ ଛାତ୍ର ମାନେ ଥାନାରେ ଅଭିଯୋଗ କରିଛନ୍ତି ।
ଘଟଣା ବାହାରେ ପ୍ରଘଟ ହୋଟିବା ପରେ ମାଡ ମାରଥିବା ଶିକ୍ଷକଙ୍କ ମଧ୍ୟରୁ ସପନ କୁମାର ବେହେରା ଓ ରାଜ କିଶୋର ସ୍ବାଇଁ ଙ୍କ ମଧ୍ୟରୁ ସପନ ବେହେରା ମାଡ଼ ମାରିଥିବା ଘଟଣାକୁ ସ୍ବୀକାର କରିଛନ୍ତି । ସେହିଭଳି କଲେଜର ଅଧ୍ୟକ୍ଷ ମଧ୍ୟ ଏହି ଘଟଣାକୁ ସ୍ୱୀକାର କରିଛନ୍ତି । ଆଜି ରବିବାର ଥିବାରୁ କାଲି କଲେଜ ଖୋଲିବା ପରେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ କହିଛନ୍ତି ।