ମୁମ୍ବାଇ (ଏଟିଆର ବ୍ୟୁରୋ); ପ୍ରତିଶୋଧ ନେବାକୁ ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ପଡୋଶୀ ଘରର ୨ ବର୍ଷର ଶିଶୁକୁ ମାରିଦେଇଛି । ପୋଲିସ ଏହି ଘଟଣାରେ ଅଭିଯୁକ୍ତ ନାବାଳିକାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୦୨ ଲଗାଯାଇ ଗିରଫ କରାଯାଇଛି । ତାକୁ କୋର୍ଟରେ ହାଜର କରାଯିବା ପରେ ସୁଧାର ଗୃହକୁ ପଠାଯିବ ବୋଲି ପୋଲିସ ସୂଚନା ଦେଇଛି । ସେପଟେ ପୋଲିସ ଶିଶୁର ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ମୃତ ଶିଶୁ ହେଲେ ଅନିସ୍କା ।
ତେବେ ଏହି ଘଟଣା ଘଟିଛି ମୁମ୍ବାଇ ଅନ୍ତର୍ଗତ ଥାଣେ ଅଞ୍ଚଳରେ । ଦଶମ ଶ୍ରେଣୀ ନାବାଳିକା ସହିତ ମୃତ ଶିଶୁର ମା ସହିତ ଝଗଡା ହୋଇଥିଲା । ଏଣୁ ପ୍ରତିଶୋଧ ନେବା ପାଇଁ ନାବାଳିକା ତାଙ୍କ ତାଙ୍କ ଝିଅକୁ ଅପହରଣ କରିନେଇଥିଲା । ଝିଅକୁ ନପାଇ ବହୁତ ଖୋଜା ଖୋଜି କରିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ସାଇ ପଡିଶାଙ୍କୁ ପଚାରିଥିଲେ ମଧ୍ୟ ସମସ୍ତେ କହିଥିଲେ ମନିସ୍କାକୁ କେହି ଦେଖି ନାହାଁନ୍ତି । ପରେ ମନିସ୍କାଙ୍କ ମାକୁ ପୋଲିସ ପଚାରିଥିଲା ତମର କାହା ସହ ଝଗଡା ହୋଇଥିଲା କି ସେ ହୁଏତ ଅପହରଣ କରିଥିବ ।
ମହିଳା ତାଙ୍କ ପଡୋଶୀ ଝିଅ ସହ ଝଗଡା ହୋଇଥିବା କହିବା ପରେ ପୋଲିସ ନାବାଳିକାକୁ ପଚରା ଉଚରା କରିଥିଲା । ପୋଲିସକୁ ଡରି ନାବାଳିକ ସବୁ ମଙ୍ଗିଯାଇଥିଲା । ନିଜ ରୁମରେ ମନିସ୍କାକୁ ମାରିବା ପରେ ଖଟ ତଳେ ଲୁଚାଇ ରଖିଥିଲା । ପରେ ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଥିବା ବେଳେ ଅଭିଯୁକ୍ତ ନାବାଳିକାକୁ ଗିରଫ କରିଛି ପୋଲିସ ।