କଟକ(ଏଟିଆର ବ୍ୟୁରୋ): କଟକରେ କାୟା ବିସ୍ତାର କଲାଣି କରୋନା । ୨ ଦିନ ମଧ୍ୟରେ ଏକ ଘରୋଇ କଲେଜ ଶିକ୍ଷାନୁଷ୍ଠାନରୁ ୨୫ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଆଉ ଏକ ଘରୋଇ କଲେଜରେ ବାହାରିଛନ୍ତି ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆକ୍ରାନ୍ତ ହୋଇଥିବା ସଂକ୍ରମଣଙ୍କ ମଧ୍ୟରୁ ଶିକ୍ଷାନୁଷ୍ଠାନର କର୍ମଚାରୀ ବେଲେି ଜଣାପଡିଛନ୍ତି । ତେଣୁ ଆସନ୍ତା ୩୦ ତାରିଖ ପର୍ୟ୍ୟନ୍ତ ଏହି ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆଶ୍ରମ ସ୍କୁଲରୁ ୧୭ ଜଣ ଅନ୍ତୋବସୀ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସ୍ୱାବ ନମୂନା ସଂଗ୍ରହ କରାଯାଇଛି । ସିଏମସି ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ କରୁ ଗରୂତ୍ୱ ଦିଆଯାଇଛି । କଲେଜର ଜଣଙ୍କର ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଅନ୍ୟମାନଙ୍କର ଟେଷ୍ଟ କରାଇଥିଲା। ଫଳରେ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
କଟକର ଏକ ଘରୋଇ କଲେଜରେ ବୁଧବାର ୧୨ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଗୁରୁବାର ୧୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ଉକ୍ତ କଲେଜ ଓ ହଷ୍ଟେଲକୁ ୧୦ ଦିନ ପାଇଁ ବନ୍ଦ ଘୋଷଣା କରିଛି କଟକ ମହାନଗର ନିଗମ ।