ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମଗ୍ର ଦେଶରେ ସୂଚନା ଅଧିକାର କର୍ମୀଙ୍କର ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ନିକଟରେ ଓଡିଶାରେ ଯେଉଁଭଳି ଭାବରେ ସୂଚନା ଅଧିକାରୀଙ୍କୁ ହତ୍ୟା କରାଗଲା ତାହାକୁ ଦେଖି ସମସ୍ତ ମଧ୍ୟରେ ଏକ ତୀବ୍୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଦିନକୁ ଦିନ ସୂଚନା ଅଧିକାରୀଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି । ଯାହାକୁ ନେଇ ବୃଦ୍ଧିଜୀବି ଓ ସମାଜିକ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ତେବେ ସେମାନଙ୍କ ଉପରେ ହେଉଥିବା ଆକ୍ରମଣ ଉଦବେଗଜନକ ସ୍ଥିତି ପହଞ୍ଚିବାରେ ଲାଗିଛି ।
ତେବେ ଏହିଭଳି ସମୟରେ ଏହିଭଳି ଉଦବେଗଜନକ ସ୍ଥିତି ଉପରେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ୧୮ଜଣ ପୂର୍ବତନ ଆଇଏଏସ ଅଧିକାରୀ ଚିଠି ଲେଖିଛନ୍ତି । ଏହି ଚିଠିରେ କେନ୍ଦ୍ରାପଡା ଓ କନ୍ଧମାଳର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଅଭିଯୋଗ ଘଟଣା ଉଲ୍ଲେଖ କରାଯାଇଛି । ଏହା ସହ ସେମାନଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ଓଡିଶାରେ ହ୍ୱିସିଲବ୍ଲୋୟସ ପ୍ରୋଟେକସନ ଆକ୍ଟ ଲାଗୁ କରିବାକୁ ଏବଂ ମନରେଗାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ପଦ୍ଧତି ସବୁ ବିଭାଗରେ ଲାଗୁ କରିବାକୁ ଦାବି ହୋଇଛି । ପୂର୍ବତନ ଓଇଝ ଅରୁଣା ରାୟ, ହର୍ଷ ମନ୍ଦର ଓ ଏନ୍. ସି. ସକ୍ସେନାଙ୍କ ସମେତ ୧୮ ଜଣ ପୂର୍ବତନ ଆଇଏଏସ୍ ଅଧିକାରୀ ଏହି ଚିଠି ଲେଖିଛନ୍ତି।