ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଆଜି ରାଜ୍ୟରେ ୧୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୨୭ ଜଣ ଖୋର୍ଦ୍ଧା ଜିଲ୍ଲାର । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ଭୁବନେଶ୍ୱରର । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ୧୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆସନ୍ତୁ ଜାଣିବା ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ବିଷୟରେ
• ଆଜି ଚାରି ଜଣ ରେଲୱେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କର ବୟଷ ଯଥାକ୍ରମେ ୪୩,୫୫,୪୪ ଓ ୩୨ । ନିକଟରେ ସେମାନେ ଦିଲ୍ଲିରୁ ଫେରି ହେମ୍ କ୍ୱାରାଣ୍ଟାଇନରେ ଥିଲେ ।
• ସେହିପରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟଲର ୬ ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ୩ ଜଣ ପୁରୁଷ ଅଛନ୍ତି । ଏମାନେ ନିଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏମାନେ ଆସିଥିବା ଜଣାପଡିଛି ।
• ସେହିଭଲି ଅନ୍ୟ ଏକ ଘରୋଇ ହସ୍ପିଟାଲର ଦୁଇ ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୪୫ ବର୍ଷୀୟ ମହିଳା ଥିବା ବେଳେ ଜଣେ ୨୭ ବର୍ଷୀୟ ପୁରୁଷ ରହିଛନ୍ତି । ଦୁହେଁ ନିଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏମାନେ ଆସିଥିବା ଜଣାପଡିଛି ।
• ସେହିପରି ଡୁମୁଡୁମା ସୁବାଷ ନଗର ବସ୍ତିରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ବୟସ ଯଥାକ୍ରାମେ, ୨୪, ୧୯, ୩୮, ୧୮, ୧୫ । ସମସ୍ତେ ପୁରୁଷ । ନିଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏମାନେ ଆସିଥିବା ଜଣାପଡିଛି ।
• ସେହିଭଲି ଭୁବନେଶ୍ୱରରେ ଥିବା ଏକ ସରକାରୀ ମେଡିକାଲର ଜଣେ ୫୧ ବର୍ଷୀୟ ପୁରୁଷ କର୍ମଚାରୀ ସଂକ୍ରମିତ ହୋଇଛନ୍ତି ।
• ସେହିଭଲି ଲକ୍ଷ୍ମୀ ବଜାର ବସ୍ତିର ଜଣେ ୯ ବର୍ଷର ଶିଶୁ କରୋନା ଆକ୍ରାନ୍ତ ହୋଇଛନ୍ତି ।
• ସେହିପରି ଶ୍ରୀ ବିହାର ରୁ ଜଣେ ୩୪ ବର୍ଷୀୟ ପୁରୁଷ ଓ ଜଣେ ୨୬ ବର୍ଷୀୟ ମହିଳା ଓ ପୋଖରୀଫୁଟ ନିକଟରୁ ଜଣେ ୩୫ ବର୍ଷୀୟ ପୁରୁଷ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସୂଚନା ଯୋଗ୍ୟ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୪ଟି ସକ୍ରିୟ କେସ୍ ରହିଛି । ସେହିଭଲି ୩ ଜଣଙ୍କ ମୃତ୍ୟୁ ହୋଇଛି ।ସେହିଭଲି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ୪୮୫୬ ଚିହ୍ନଟ ହୋଇଛନ୍ତି । ସେଥିରୁ ୩୨୯୭ ଜଣ ସୁସ୍ଥ ହୋଇ ସାରିଲେଣି । ୧୫୪୩ ଟି ସକ୍ରିୟ ମାମଲା ରହିଛି ।