ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କମିଶନରେଟ ପୋଲିସର କାର୍ଯ୍ୟନୁଷ୍ଠାନ । ଆଦାୟ ହେଲା ଜୋରିମାନ, ବନ୍ଦ ହେଲା ଦୋକାନ । କୋଭିଡ ନିୟମ ପାଳନ କରୁ ନଥିବା ୨ ହଜାର ୭୫୨ ଜଣ ଅମାନିଆଙ୍କ ଠାରୁ କମିସନରେଟ ପୋଲିସ ଜରିମାନା ଆଦାୟ କରିଛି । ଏହାସହ କରୋନା ଗାଇଡଲାଇନକୁ ଅଣଦେଖା କରିବା ଯୋଗୁଁ ରାଜଧାନୀରେ ୧୯ଟି ଦୋକାନ ବନ୍ଦ କରିଛି କମିଶନରେଟ ପୋଲିସ ।
19 shops have been closed by BBSR Police for violating COVID Guidelines.@cpbbsrctc @DGPOdisha @odisha_police @SarangiSudhansu #OdishaFightsCorona pic.twitter.com/EYrpxq8rke
— DCP Bhubaneswar (@dcpbbsr) September 17, 2020
ଏନେଇ ଡିସିପି ଉମାଶଙ୍କର ଟ୍ୱିଟ କରି ସୂଚନା ଦେଇଛନ୍ତି । ରାଜ୍ୟରେ ଦିନକୁ ଦିନ କରୋନାର ସ୍ଥିତି ଉଦବେଗ ଜନକ ହୋଇପଡିଛି । ପ୍ରତିଦିନ ରାଜ୍ୟରୁ ହଜାର ହଜାର ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ସରକାରଙ୍କ ପାଇଁ ଏବେ ରାଜଧାନୀ ଭୁବନେଶ୍ୱର ଓ କଟକର ସ୍ଥିତି ମୁଣ୍ଡବିନ୍ଧାର କାରଣ ପାଲଟିଛି । ଗତ କିଛି ଦିନ ହେବ ଯେଉଁଭଳି ଭାବେ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।
Today 2752 people have been fined for violating COVID Guidelines in UPD Bhubaneswar . @cpbbsrctc @odisha_police @DGPOdisha @SarangiSudhansu @odishafightscorona pic.twitter.com/1FXpwM8GQz
— DCP Bhubaneswar (@dcpbbsr) September 17, 2020
ଅନ୍ୟପଟେ ଗତ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାର ସ୍ଥିତି ସମୀକ୍ଷା କରି ରାଜ୍ୟର ବିଭିନ୍ନ ଅଂଚଳରେ ଗାଇଡଲାଇନକୁ ପାଳନ କରାଯାଉଥିବା ବେଳ ଭୁବନେଶ୍ୱରରେ ଏହା ସନ୍ତୋଷ ଜନକ ନୁହେଁ ବୋଲି କହିଛନ୍ତି । ଏହାସହ ଗାଇଡଲାଇନକୁ ଠିକ ଭାବେ ପାଳନ କରାଯିବା ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଯାହଫଳରେ ଏବେ ଆକ୍ସନ ମୋଡରେ କମିଶନରେଟ ପୋଲିସ ।