ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଭିନ୍ନକ୍ଷମଙ୍କୁ ବିବାହ କଲେ ମିଳିବ ଅଢେଇ ଲକ୍ଷ ଟଙ୍କା । ପୁର୍ବରୁ ୫୦ ହଜାର ଟଙ୍କା ତ୍ପୋତ୍ସାହନ ମିଳୁଥିବା ବେଳେ ଏବେ ଏହାକୁ ଓଡିଶା ସରକରା ୨.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସାମାଜିକ ସୁରକ୍ଷାକର୍ମୀ ।
ଏହି ଯୋଜନା କାର୍ଯ୍ୟକାରୀ ହେବା ବେଳେ କିଛି ସମସ୍ୟା ବିଭାଗକୁ ନଜର ଆସିଥିଲା । ଏହି ପଦକ୍ଷେପ ନେବା ଦ୍ୱାରା ଦିବ୍ୟାଙ୍ଗମାନଙ୍କ ମାନସିକ ରାଶିକୁ ଆହୁରି ମଜଭୁତ କରିବ । ଭିନ୍ନକ୍ଷମଙ୍କ ପାଇଁ ଏ ପଦକ୍ଷେପ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ନିୟମ ଦ୍ୱାରା ବିଭିନ୍ନ ଫେଜରେ ଭିନ୍ନକ୍ଷମଙ୍କ ପାଖକୁ ଟଙ୍କା ଆସିବ । ଏଥି ନିମନ୍ତେ ତାଙ୍କ ପାଖରେ ଉପଯୁକ୍ତ ଭିନ୍ନକ୍ଷମ ସାର୍ଟିଫିକେଟ ରହିଥିବା ଆବଶ୍ୟକ ।