ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଖୁସୀ ଖବର । ଏବେ ପୁଣି ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜାଣିବାକୁ ମିଳିଛି । ସୁସ୍ଥ ହୋଇଥିବା ଆକ୍ରାନ୍ତ ଦ୍ୱୟ ଭୁବନେଶ୍ୱରର । ତାଙ୍କ ରକ୍ତ ନମୁନା ପରୀକ୍ଷା ନେଗେଟିଭ୍ ଆସିବା ପରେ ତାଙ୍କୁ ଡିସଜାର୍ଜ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Happy to share that two #COVID19 patients of Bhubaneswar have recovered and tested negative for COVID-19.
The recovered cases now stand at 37. #OdishaFightsCorona
— H & FW Dept Odisha (@HFWOdisha) April 27, 2020
ଏବେ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୭ କୁ ଛୁଇଁଛି । ଅନ୍ୟପଟେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ ରହିଛି । ସେମାନଙ୍କ ମଧ୍ୟରୁ ୩୭ ଜଣ ସୁସ୍ଥ ହୋଇଗଲେଣି ।