ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଆଉ ଦୁଇ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏହି ଦୁଇ ଆକ୍ରାନ୍ତ ଭୁବନେଶ୍ୱରର ବୋଲି ଜାଣିବାକୁ ମିଳିଛି । ଏମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ବମିଖାଲ ଅଞ୍ଚଳର ତାଙ୍କ ବୟସ ୨୯ ବର୍ଷ । ସେହିପରି ଅନ୍ୟ ଜଣେ ବ୍ୟକ୍ତି କପିଳ ପ୍ରସାଦ ହାଉସିଂ ବୋର୍ଡର, ତାଙ୍କ ବୟସ ୭୦ ବର୍ଷ। ଏହି ବୃଦ୍ଧ ଅଷ୍ଟ୍ରେଲିଆରୁ ଫେରିଥିବା ଜାଣିବାକୁ ମିଳିଛି । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୨୩ ଛୁଇଁଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Two more COVID POSITIVE cases in Bhubaneswar. One 70 years old male of Kapila Prasad Housing Board Colony Phase II who had returned from Australia on 22.3.2020 (home quarantine case)
Another, one 29 years old male from Bomikhal found out during active surveillance— H & FW Dept Odisha (@HFWOdisha) April 5, 2020
ଧୀରେ ଧୀରେ ରାଜ୍ୟରେ କାୟା ମେଲାଉଛି କରୋନା । ଏହା ଥମିବାର ନାଁ ନେଉନି । ଯେଉଁଥି ପାଇଁ ଏବେ ରାଜ୍ୟ ସରକାରଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।