ଯାଜପୁର (ଏଟିଆର ବ୍ୟୁରୋ); ଧର୍ମଶାଳା ମହୋତ୍ସବ ଦେଖି ଫେରୁଥିବା ବେଳେ ଇମାମ ନିକଟରେ ଥିବା ପୋଲ ତଳକୁ ଖସି ପଡି ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ହେଲେ ଟୁକୁନା ସାମଲ(୨୬) ଏବଂ ପ୍ରକାଶ ଦେଉରୀ(୨୩) । ଉଭୟଙ୍କ ଘର ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବାରମାଣ ଗାଁରେ ବୋଲି ଜଣା ପଡିଛି । ତେବେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ରାସ୍ତା ରୋକ କରିଥିଲେ ଗ୍ରାମ ବାସୀ । ତେବେ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ବୁଝାସୁଝା କରିବା ପରେ ଉତ୍ୟକ୍ତ ଲୋକ ରାସ୍ତାରୁ ହଟିଥିଲେ ।
ସୂଚନା ଅନୁଯାୟୀ ମଙ୍ଗଳ ବାର ବିଳମ୍ବିତ ରାତିରେ ଉଭୟ ମହୋତ୍ସବ ଦେଖି ଫେରୁଥିବା ବେଳେ ବାଇକର ଭାରସାମ୍ୟ ହରାଇ ୩୦ ଫୁଟ ବ୍ରିଜ ତଳକୁ ଖସି ପଡିଥିଲା । ତେବେ ଟୁକୁନା ଘଟଣାସ୍ଥଳ ମରି ଯାଇଥିବା ବେଳେ ଖବର ପାଇ ଆସିଥିବା ସ୍ଥାନୀୟ ଲୋକ ପ୍ରକାଶଙ୍କୁ ପ୍ରଥମେ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ମେଡିକାଲ ଆଣିବା ବାଟରେ ପ୍ରକାଶଙ୍କର ମୃତ୍ୟୁ ହୋଇଥିଲା । ଏହି କବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା ।