ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଟିକାକରଣ ଅଭାବ ହେତୁ ୭୦୦ ଟି କେନ୍ଦ୍ରରେ ବନ୍ଦ ରହିଛି ଟିକାକରଣ । ଆଜି ରାଜ୍ୟକୁ ୨ଲକ୍ଷ୭୧ହଜାର କୋଭିସିଲ୍ଡ ଟିକା ଆସିବ ।ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।ଭୁବନେଶ୍ୱର ସମେତ ୮ ଟି କର୍ମକ୍ଷେତ୍ରରେ ଟିକାକରଣ ଆରମ୍ଭ ହୋଇଛି । ଯଥା ଗଞ୍ଜାମ,କେନ୍ଦୁଝର,ସୁନ୍ଦରଗଡ,କେରାପୁଟ,ଖୋର୍ଦ୍ଧା,ରେ ଟିକାକରଣ ଚାଲିଥିବାର ସୂଚନା ମିଳିଛି ।
ରାଜ୍ୟରେ ୭୦୦ ଟି କେନ୍ଦ୍ରରେ ଟିକାକରଣ ବନ୍ଦ ରହିଥିବାବେଳେ ୭୭୫ ଟି କାର୍ଯ୍ୟକ୍ଷମ ହୋଇଛି ।ରାଜ୍ୟରେ କରୋନାର ଦ୍ୱିତୀୟ ସଂକ୍ରମଣ ବଢିଚାଲିଛି । ତେଣୁ ଟିକାକରଣୁ ତ୍ୱରାନିତ କରାଯିବ । ପାଣିଗ୍ରାହୀ କହିଛନ୍ତି ଆଜି ଦିନ ୧.୫୦ ରେ ଏହି ଟିକା ଭୁବନେଶ୍ୱ ବିମାନ ବନ୍ଦରରେ ପହଞ୍ଚିବ ।
ତେବେ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୭୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୧୫ ଜଣ କ୍ୱାରେଣ୍ଟାଇନରେ ରହିଥିବାବେଳେ ୭୨୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହି ଟିକା ଯୋଗାଣ ପରେ ରାଜ୍ୟରେ ୭୭୫୨ ଟି କେନ୍ଦ୍ରରେ ଟିକାକରଣ ଚାଲିବ ବୋଲି ଆକଳନ କରାଯାଇଛି ।