ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଓଡିଶାର ଆଉ ଦୁଇଟି ଜିଲ୍ଲାରେ ଏନଡିଆରଏପ ୟୁନିଟ ପ୍ରତିଷ୍ଠା ହେବ । ବୁର୍ଲା ଓ ନବରଙ୍ଗପୁରରେ ଏହି ଏନଡିଆରଏଫ ୟୁନିଟ ପ୍ରତିଷ୍ଠା ହେବ । ଏନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସହ ଆଲୋଚନା କରାଯାଇଛି । ଗତକାଲି ଏନଡିଆରଏଫ ଡିଜି ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ଏନଡିଆରଏଫ ୟୁନିଟ ପ୍ରତିଷ୍ଠା ହେଲେ ଓଡିଶାରେ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟକୁ ଅଧିକ ସଫଳ ଭାବେ ମୁକାବିଗଲା କରାଯାଇ ପାରିବ ।
ଏହା ସହ ଏନଡିଆରଏପର ରାଜ୍ୟ ଅଧିକ କାର୍ଯ୍ୟ ପନ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଆସନ୍ତା ମାସରେ ପୁରୀ ଚନ୍ଦ୍ରଭାଗାରେ ହେବାକୁଥିବା ବିମଷ୍ଟେକ ସମ୍ମିଳନୀର ମୁଖ୍ୟମନ୍ତ୍ରୀଙ୍କୁ ଅତିଥି ଭାବେ ଯୋଗ ଦେବା ପାଇଁ ଏନଡିଆରଏଫ ଡିଜି ନିମନ୍ତ୍ରଣ କରିଛନ୍ତି । ତେବେ ୨ଟି ଏନଡିଆରଏଫ ୟୁନିଟ ପ୍ରତିଷ୍ଠା ନେଇ ତୁରନ୍ତ ନିଷ୍ପତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃୁତି ଦେଇଛନ୍ତି ।