ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଲଗାତର ଭାବେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ପୁଣି ବାଲେଶ୍ୱରରୁ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ୫୫ ବର୍ଷିୟ ପୁରୁଷ ଏବଂ ଅନ୍ୟ ଜଣେ ୩୬ ବର୍ଷିୟ ଯୁବକ । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ମିଳିଛି ।
2nd Health Update, 23rd April, 2020
Two New Positive Cases in Balasore.
55 Yrs Female & 36 Yrs MaleBoth contacts of earlier positive case.
Contact tracing and followup action is being done.
Total Positive Case: 89
— I & PR Department, Odisha (@IPR_Odisha) April 23, 2020
ଅନ୍ୟପଟେ ଆଜି ଅପରାହ୍ନରେ ଯାଜପୁରରୁ ୪ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏବେ ପୁଣି ବାଲେଶ୍ୱରରୁ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ଛୁଇଁଛି ।