ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କାୟା ମେଲାଇବାରେ ଲାଗିଛି ମାରାତ୍ମକ ଭାଇରସ କରୋନା । ଏବେ ରାଜ୍ୟରେ ଆଉ ୨ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ପ୍ରଥମ ରୋଗୀ ହେଉଛନ୍ତି ଢେଙ୍ଗାନାଳ ଟାଉନର ଜଣେ ମହିଳା । ତାଙ୍କ ବୟସ ୫୧ ବର୍ଷ ବୟସ । ସେହିପରି ଦ୍ୱିତୀୟ ମାମଲା ହେଉଛି ପଶ୍ଚିମବଙ୍ଗର ମେଦିନପୁରରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ଜଣେ ୬୯ ବର୍ଷିୟ ବ୍ୟକ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
2 new COVID-19 POSITIVE cases confirmed so far today.
1 Dhenkanal town case, female 51 years
1 patient of a Bhubaneswar based private hospital , male 69 years of Medinipur, WB. Brought in ambulance directly from WB. Further details will be released during daily press briefing.
— H & FW Dept Odisha (@HFWOdisha) April 9, 2020
ସେହି ଅନୁଯାୟୀ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ କୁ ଛୁଇଁଛି । ମାତ୍ର ଏହି ୨ ଆକ୍ରନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଏପର୍ଯ୍ୟନ୍ତ ଜଣାପଡି ନାହିଁ । କିନ୍ତୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି । କିନ୍ତୁ ସବୁଠାରୁ ବଡ କଥା ହେଉଛି ପଶ୍ଚିମବଙ୍ଗର ଏହି କରୋନା ରୋଗୀ କେବେଠାରୁ ଭୁବନେଶ୍ୱରର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ସେ କାହା କାହା ସଂଶ୍ପର୍ଷରେ ଆସିଛନ୍ତି । ଏନେଇ ଏବେ ଚିନ୍ତା ବଢିଛି ।