ବାଲେଶ୍ୱର(ଏଟିଆର ବ୍ୟୁରୋ): ବାଲଶ୍ୱେରରେ ଦୁଇ ଜଣ ନର୍ସ କରୋନା ଆକ୍ରାନ୍ତ ହୋଇଥିବାର ଜଣାପଡିଛି । ଆକ୍ରାନ୍ତ ହୋଇଥିବା ନର୍ସ ଦ୍ୱୟ ବାଲେଶ୍ୱର କୋଭିଡ ହସ୍ପିଟାଲରେ କାର୍ଯରତ ଥିଲେ । ଏନେଇ ବାଲୋଶ୍ୱର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବର୍ତ୍ତମାନ ଆକ୍ରାନ୍ତ ନର୍ସ ମାନେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । ନର୍ସ ଦ୍ୱୟ ଆକ୍ରାନ୍ତ ଥିବା ଜଣାପଡିବା ପରେ ହସ୍ପିଟାଲର ଅନ୍ୟ କର୍ମଚାରୀ ମାନେ କ୍ୱାରେଣ୍ଟାଇନରେ ରହୁଛନ୍ତି ।
ସୂଚନା ଯୋଗ୍ୟ ରାଜ୍ୟର ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ଦିନ ୧୨ଟା ସୁଦ୍ଧା ୬୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୧୭୨୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୨୭ ଟି ସକ୍ରିୟ କେସ ରହିଛି । ସେହିଭଲି କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟରେ ୭ ଜଣଙ୍କର ମୃତ୍ୟୁ ହୋଇଛି ।