ନୁଆଦିଲ୍ଲୀ(ଏଟିଆର ବ୍ୟୁରୋ):ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ୨ ଆତଙ୍କବାଦୀ ପାକିସ୍ତାନକୁ ନିପାତ କରିଛି ବିଏସଏଫ ଯବାନ । ରାତ୍ରି ପ୍ରାୟ ୨.୩୦ ରେ ଅଟ୍ଟାଳି ସୀମାନ୍ତର ଅତି ନିକଟରେ ରାଜତାଳ ଅଞ୍ଚଳରେ ଏହି ଦୁଇ ସଶସ୍ତ୍ର ଅନୁପ୍ରବେଶକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
ଏହି ଘଟଣା ପରେ ବିଏସଏଫ ବରିଷ୍ଠ ଅଧିକାରୀ ସେଠାରେ ପହଞ୍ଚି ୨ ଅନୁପ୍ରବେଶକରୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି । ଗତ କିଛି ଦିନ ହେବ ଅନ୍ତରାଷ୍ଟ୍ରୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ ଜୋର ଧରିଛି । ଏହା ପୂର୍ବରୁ ନଭେମ୍ବର ୨୩ ଜରେ ସାମ୍ବା ସେକ୍ଟରରେ କିଛି ପାକିସ୍ତାନୀ ଅନୁପ୍ରବେଶ ଉଦ୍ୟମ କରିଥିଲେ ।
ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ସୈନ୍ୟ ବାହିନୀ ପକ୍ଷରୁ ବିଭିନ୍ନ ରାସ୍ତାର ଉପଯୋଗ କରାଯାଇଛି । ସମ୍ପୃକ୍ତ ଅଞ୍ଚଳରେ ସୀମା ସୁରକ୍ଷା ବଳ ତଲାସ ଅଭିଯାନ ଆରମ୍ଭ କରିଛି । କିନ୍ତୁ ଘନ କୁହୁଡିରେ ସେ ଅଞ୍ଚଳ ଆଚ୍ଛନ୍ନ ହୋଇଥିବାରୁ ତଲାସ ଅଭିଯାନରେ ବାଧା ସୃଷ୍ଠି ହୋଇଛି ବୋଲି ସୂଚନା ମିଳିଛି ।
ଅଗଷ୍ଟ ମାସରେ ଗୁଜୁରାଟ –ରାଜସ୍ଥାନ ସୀମାରେ ପ୍ରଥମ ଥର ପାଇଁ ଅନୁପ୍ରବେଶ ଘଟଣା ସାମ୍ନା କୁ ଆସିଥିଲା । ଓ ଏଥିରେ ମଧ୍ୟ ଜଣେ ଅନୁପ୍ରବେଶକାରୀ ନିହତ ହୋଇଥିଲେ ।