ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆୟକର ବିଭାଗର ବଡ ସଫଳତା । ୨୦ ବସ୍ତା ବେଆଇନ୍ ମୁଦ୍ରା ଚାଲାଣ ବେଳେ ଅଚାନକ୍ ରେଡ୍ କରିଛି ଆୟକର ବିଭାଗ ।
କୋଲକାତାରୁ ଭୁବନେଶ୍ୱରକୁ ବେଆଇନ ମୁଦ୍ରା ଚାଲାଣ ହେଉଥିବା ଖବର କୌଣସି ଗୁଇନ୍ଦା ସୂତ୍ରରୁ ଆୟକର ବିଭାଗ କାନରେ ପଡିଥିଲା । ସେଥିପାଇଁ ବିଭାଗ ପକ୍ଷରୁ ଭୁବନେଶ୍ୱର ଉପରେ କଡା ନଜର ରହିଥିଲା । ମାତ୍ର ଆଜି ଏହାର ପର୍ଦ୍ଦାଫାସ୍ ହୋଇଛି । ଆଜି ବରମୁଣ୍ଡା ବସ୍ ଷ୍ଟାଣ୍ଡ ଏବଂ ସତସଙ୍ଗ ବିହାର ନିକଟରୁ କିଛି ମୁଦ୍ରା ଜବତ କରାଯାଇଛି । ଏହି ମୁଦ୍ରାକୁ ଦୁଇଟି ବସ୍ ରେ ଚାଳାଣ କରାଯାଉଥିବା ବେଳେ ଆୟକର ବିଭାଗର ଜିଏଷ୍ଟି ଡିପାର୍ଟମେଣ୍ଟ ହାବୁଡରେ ଧରା ପଡିଥିଲା ।