ଭୁବନେଶ୍ୱର (ଏଟିଆର ବ୍ୟୁରୋ): କିଛି ଦିନ ପରେ ନୂତନବର୍ଷର ଆଗମନ ହେବାକୁ ଥିବା ବେଳେ ଆସନ୍ତା ବର୍ଷର ପ୍ରଥମ ବିଧାନସଭା ଅଧିବେଶନ ଫେବୃଆରୀର ପ୍ରଥମ ସପ୍ତାହରେ ବସିବାକୁ ଯାଉଛି । ଏହା ୨୦୨୦ର ପ୍ରଥମ ବିଧାନସଭା ଅଧିବେଶନ ଅଟେ । ଏହି ଅଧିବେଶନ ପ୍ରଥମ ଦିନର ପ୍ରାରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ଅଭିଭାଷଣ ପ୍ରଦାନ କରିବେ । ରାଜ୍ୟପାଳ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ପୂର୍ବ ବର୍ଷର ସମସ୍ତ ସଫଳତା ସହ ଆଗାମୀ ବର୍ଷର ଲକ୍ଷ୍ୟ ସହିତ ସରକାରଙ୍କ ନୀତି ଓ ଆଭିମୁଖ୍ୟ ଉପରେ ବିଧାନସଭାର ସଭ୍ୟମାନଙ୍କୁ ଅବଗତ କରାଇବେ ।
ତେବେ ରାଜ୍ୟପାଳଙ୍କୁ ଅଭିଭାଷଣ ପାଇଁ ବିଭିନ୍ନ ବିଭାଗ ସେମାନଙ୍କର ଗତବର୍ଷର ସଫଳତା ସହ କେଉଁ କେଉଁ ନୂତନ କାର୍ଯ୍ୟ କରିଛନ୍ତି ଏବଂ ଆଗାମୀ ବର୍ଷ ପାଇଁ କଣ ସବୁ ଲକ୍ଷ୍ୟ ରହିଛି ତାହାର ଏକ ରିପୋର୍ଟ ପ୍ରସ୍ତୁତ କରିବେ । ରିପୋର୍ଟ ଦେବାକୁ ସଂସଦୀୟ ବ୍ୟାପାର ବିଭାଗର ସମସ୍ତ ବିଭାଗକୁ କୁହାଯାଇଛି । ଜାନୁଆରୀ ୬ ସୁଦ୍ଧା ସମସ୍ତ ବିଭାଗ ସେମାନଙ୍କର ରିପୋର୍ଟକୁ ସଂସଦୀୟ ବ୍ୟାପାର ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ଙ୍କ ପକ୍ଷରୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।