ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):୨୦୨୧-୨୨ ର ଆର୍ଥିକ ବର୍ଷର ସାଧାରଣ ବଜେଟ ଆଜି ସଂସଦରେ ଆଗତ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସିତାରାମ ଏହାକୁ ଆଗତ କରିବେ । ବଜେଟରେ ମିଡିଲ କ୍ଲାସ ଏବଂ ମଧ୍ୟ ବର୍ଗର ଲୋକମାନେ ଓ ଖାସ କରି ଚାକିରିଆମାନେ ଅଧିକ ଆଶା ରଖିଛନ୍ତି । କରୋନା ସମୟରେ ବହୁମାତ୍ରାରେ ଲୋକମାନେ ଚାକିରି ହରାଇଥିବା ବେଳେ ବଜେଟ ଉପରେ ବହୁ ଲୋକଙ୍କ ଆଶା ରହିଛି ।
ନିର୍ମଳା ସୀତାରମଙ୍କ ସହ ଅଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର । ଦିନ ୧୧ ଟାରେ ଲୋକସଭାରେ ବଜେଟ ଆଗତ ହେବ । ପ୍ରଥମ ଥର ପାଇଁ ସରକାରଙ୍କ ପକ୍ଷରୁ ପେପରଲେସ୍ ବଜେଟ ଉପସ୍ଥାପିତ ହେବାକୁ ଯାଉଛି ।ତେବେ ଅର୍ଥମନ୍ତ୍ରୀ ହାତରେ ବ୍ରିଫକେସ ଓ ଖାତା ଧରିବା ବଦଳରେ ଟ୍ୟାବଲେଟ୍ ଧରି ପହଞ୍ଚିଛନ୍ତି ।
ପ୍ରଥମ କରି ଚଳିତ ବର୍ଷ ବଜେଟରେ କେବଳ ସଫଟ୍ କପି ସେୟାର କରାଯିବ । ଏଥିପାଇଁ ସଂସଦରେ ଉଭୟ ସଦନରୁ କେନ୍ଦ୍ର ସରକାର ଅନୁମତି ପାଇଛନ୍ତି ।ଏହି ବଜେଟରେ କାହାକୁ କଣ ମିଳିବ , କେଉଁ ଜିନିଷର ଦର ବୃଦ୍ଧି ହେବ ଏବଂ କେଉଁ ଜିନିଷର ଦର କମିବ ତାକୁ ନେଇ ଆଲୋଚନା ଚାଲିଛି ।
କରୋନା କାଳରେ ବଡ଼ବଡ଼ ଶିଳ୍ପପତି ଓ ବ୍ୟବସାୟୀ ଲାଭବାନ ହୋଇଥିବା ବେଳେ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା MSME କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି।ଏଥିପାଇଁ ଅର୍ଥମନ୍ତ୍ରୀ ବିଶେଷ ଧ୍ୟାନ ଦେଇପାରନ୍ତି ।