ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଓଡିଶା ଆସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ ଆପ ପକ୍ଷରୁ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ କେଜ୍ରିୱାଲ ଓଡିଶା ଗସ୍ତରେ ଆସିଛନ୍ତି । କେଜରିୱାଲ ‘ସାମାଜିକ ନ୍ୟାୟ ଅଭିଯାନ’ ପକ୍ଷରୁ ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। କଂଗ୍ରେସରୁ ବହିଷ୍କୃତ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଓ ନିଲମ୍ବିତ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଦ୍ୱାରା ଆୟୋଜିତ ଏହି କାର୍ୟ୍ୟକ୍ରମରେ ବିଶେଷକରି ଦଳିତ ଓ ପଛୁଆ ବର୍ଗର ଲୋକମାନେ ଏକଜୁଟ ହେବେ ବୋଲି ଜଣାପଡ଼ିଛି। ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଶ୍ରୀକାନ୍ତ ଓ ଶଗରିଆ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି।
କେଜ୍ରିୱାଲ ଭୁବନେଶ୍ୱର ବିମାନ ବନ୍ଦରରେ ୧୦.୩୫ରେ ପହଁଞ୍ଚିଥିଲେ । ତାଙ୍କୁ ଦଳୀୟ କର୍ମୀ ମାନେ ବିଶାଳ ବାଇକ ରାଲିରେ ନେଇ ଭବନ ପର୍ୟ୍ୟନ୍ତ ନିଆଯିବ। ସେଠାରେ ଦଳର ପଦାଧିକାରୀ ଓ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଭେଟିବା ପରେ ଦିନ ସାଢ଼େ ୧ଟାରେ ଲୋୟର ପିଏମଜିରେ ଆୟୋଜିତ ସଭାକୁ ସମ୍ବୋଧିତ କରିବେ। ସେଠାରେ ଧାରଣାରେ ବସିଥିବା ‘ନବନିର୍ମାଣ କୃଷକ ସଂଗଠନ’ର କର୍ମକର୍ତ୍ତାଙ୍କୁ ଭେଟିବା ପରେ ଦଳର ରାଜ୍ୟ କାର୍ୟ୍ୟାଳୟକୁ ବୁଲିଯିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ସେ ସନ୍ଧ୍ୟା ୭ଟାରେ ଦିଲ୍ଲୀ ଅଭିମୁଖେ ଫେରିଯିବେ।
କେଜ୍ରିୱାଲ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ଚର୍ଚ୍ଚା ଜୋର ଧରିଛି । ମାତ୍ର ଏହା ସ୍ୱଷ୍ଠ ହୋଇ ନାହିଁ । ମାତ୍ର ଏହାକୁ ନେଇ ରାଜନୀତି ସରଗରମ ହୋଇ ଯାଇଛି । ବିଜେପି ଅଭିଯୋଗ କରିଛି କି ନବୀନ ବିଜେପି ବିରୋଧୀ ମହାମେଣ୍ଟରେ ସାମିଲ ରହିଛି । ଚିହ୍ନା ପଡୁନି ଖାଲି ଲୋକଙ୍କ ଆଗରେ ଭଲେଇ ହେବା ପାଇଁ ମୁଖ୍ୟମନ୍ତ୍ରୀ କହୁଛନ୍ତିି ଆମେ ବିରୋଧୀଙ୍କ ଠାରୁ ସମଦୂରତା ରକ୍ଷା କରୁଛିୁ । ସେପଟେ ବିଜେଡି ପକ୍ଷରୁ କୁହା ଯାଇଛି ଜଣେ ମୁଖ୍ୟମନ୍ତ୍ରୀ ଅନ୍ୟ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମ୍ବିଧାନରେ ରହିଛି । ଏଥିରେ କୌଣସି ଅସୁବିଧା ନାହିଁ । ବିଜେପି ଅଜଥା ରାଜନୀତି ରୂପାନ୍ତି କରଣ କରୁଛି ।
କେନ୍ଦ୍ରୀୟ ନେତାଙ୍କ ଫୋକସରେ ରହିଛି ଓଡିଶା । ଏଣୁ ନିୟମିତ ଭାବରେ ମାଳ ମାଳ କେନ୍ଦ୍ରୀୟ ନେତା ଆସି ଓଡିଶାରେ ଡେରା ପକଉଛନ୍ତି । ନିର୍ବାଚନ ପାଖଉଥିବାରୁ ଓଡିଶା ଭୋଟ ବ୍ୟାଙ୍କ ହାତେଇବା ପାଇଁ ଗୋଟିଏ ପରେ ବିଶାଳ ଜନ ସମାଗମ କରୁଛନ୍ତି । ଦୀର୍ଘ ୧୮ ବର୍ଷ ଶାସନରେ ଥିବା ବିଜେଡି ସରକାର ଉପରେ ପ୍ରଭାବ ପଡିପାରେ । ଏପରି ବହୁ ଚର୍ଚ୍ଚା ହେଉଛି । ନିକଟରେ ମୋଦି ୩ ଥର ଓଡିଶା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଶିଲାନ୍ୟାସ କରି ଭୋଟରଙ୍କୁ ମନେଇବାରେ ଚେଷ୍ଠା କରିଥିବା ବେଳେ ରାହୁଲ ଗାନ୍ଧୀ ମଧ୍ୟ ଓଡିଶା ଗସ୍ତରେ ଆସି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଏଥିରୁ ବାଦ ପଡି ନାହାଁନ୍ତି କେଜ୍ରିୱାଲ । ସେ ମଧ୍ୟ ଓଡିଶା ଗସ୍ତରେ ଆସି ଦଳୀୟ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ।