ସମ୍ବଲପୂର(ଏଟିିଆର ବ୍ୟୁରୋ):ସମ୍ବଲପୁର ଜିଲ୍ଲା ବୀର ସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟର ୨୫ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି । ଗତକାଲି ୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ ଦିନ ମଧ୍ୟରେ ୩ ଟି ହଷ୍ଟେଲରୁ ୨୫ ଟି ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ବାହାରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ଏବଂ ହଷ୍ଟେଲ ଛାତ୍ରମାନଙ୍କୁ ସବୁ ନପ୍ରକାର ସୁବିଧା ଯୋଗାଇ ଦେବାକୁ ଭିସୁଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ହଷ୍ଟେଲର ରୁମ ନଂ ୨୧୪ , ୨୧୭,ଓ ୨୧୮କୁ ସିଲ କରିଦିଆଯାଇଛି । ସମ୍ପୃକ୍ତ ଛାତ୍ରଛାତୀ ମାନଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ୭୨ ଘଣ୍ଟା ପାଇଁ ଆଇସୋଲେସରେ ରହିବା ପାଇଁ ନୋଟିସ ଜାରି କରାଯାଇଛି । ବର୍ତ୍ତମାନ ଭିସୁଟରେ ବର୍ତ୍ତମାନ ଅଫଲାଇନରେ ପରୀକ୍ଷା ଜାରି ରହିଛି ।