ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ୨୭ ପ୍ରକଳ୍ପକୁ ମିଳିଲା ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ କର୍ତ୍ତୃପକ୍ଷର ବୈଠକରେ ୨୭ ଟି ନିବେଶ ପ୍ରସ୍ତାବ ଉପରେ ମଞ୍ଜୁରୀ ମିଳିଛି । ଏଥିପାଇଁ କରାଯିବ ୬ ହଜାର ୧୩୪ କୋଟି ଟଙ୍କାର ନିବେଶ ।
୧୦ ଟି ଜିଲ୍ଲାରେ ସ୍ଥାପନ ହେବ ଏହି ପ୍ରକଳ୍ପ । ଯାହାଦ୍ୱାରା ସୃଷ୍ଟି ହେବ ୪୨ ହଜାର ୨୭୫ ନୂତନ ନିଯୁକ୍ତି ସୁଯୋଗ ।