ବଲାଙ୍ଗୀର (ଏଟିଆର ବ୍ୟୁରୋ): ବିଭିନ୍ନ ଦାବିକୁ ନେଇ ବଲାଙ୍ଗୀର ଆକ୍ସନ କମିଟି ପକ୍ଷରୁ ଦୁଇ ଦିନିଆ ବନ୍ଦ ପାଳନ କରାଯାଉଛି । ୩ ଦଫା ଦାବୀ ନେଇ ୨୦ ଓ ୨୧ ତାରିଖ ବଲାଙ୍ଗୀର ଆକ୍ସନ କମିଟି ବନ୍ଦ ଡାକରା ଦେଇଛି । ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଟା ଦାବିରେ ବଲାଙ୍ଗୀର ଅନେକ ଥର ବନ୍ଦ ହୋଇସାରିଛି । ତେବେ ଏହି ଦୁଇ ଦିନ ବଲାଙ୍ଗୀର ଜିଲ୍ଲାର ସମସ୍ତ ସରକାରୀ ବ୍ୟାଙ୍କ, ଡାକଘର, ଅଫିସ ଓ ବେସରକାରୀ ଅଫିସ ବନ୍ଦ କରିଛି ବଲାଙ୍ଗୀର ଆକ୍ସନ କମିଟି । ବଲାଙ୍ଗୀର ଠାରୁ ୨୦ କି.ମି ଦୂରରେ ଥିବାର ସୁକରେଲ ନଦୀରେ କରାଯାଉଥିବା ପ୍ରକଳ୍ପ କାମ ଅନ୍ଦୋଳନ ଯୋଗୁଁ ବନ୍ଦ ରହିଛି । ଏହି ପ୍ରକଳ୍ପ ଦ୍ୱାରା ବିସ୍ଥାପିତଙ୍କୁ କ୍ଷତିପୂରଣ କିମ୍ବା ଥଇଥାନ କରାଯାଇ ନାହିଁ ।
ଯାହା ଫଳରେ ଏହାକୁ ବିରୋଧକରି ଗ୍ରାମବାସୀମାନେ ଏହି ଅନ୍ଦୋଳନକୁ ଆହୁରୀ ତୀବ୍ର କରିଛନ୍ତି । ଅନ୍ୟ ପଟେ ବଲାଙ୍ଗୀରରେ ବାଇପାସ ନଥିବାରୁ ବାରମ୍ବାର ଲୋକ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ବାଇପାସ ନଥିବାରୁ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ବୋଲି ଆକ୍ସନ କମିଟି ପକ୍ଷରୁ ଦାବୀ କରାଯାଉଛି । ତେଣୁ ଯଥା ଶୀଘ୍ର ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଟା କରିବା, ବାଇପାସ ରାସ୍ତା ନିର୍ମାଣ କରିବା, ସୁକତେଲ ପ୍ରକଳ୍ପରେ କ୍ଷତିଗ୍ରସ୍ଥ ଲୋକ ମାନଙ୍କୁ ଥଇଥାନ ବ୍ୟବସ୍ଥା କରାଇ ଦେବା ଦାବୀ କରିଛି ବଲାଙ୍ଗୀର ଆକ୍ସନ କମିଟି । ଏହା ସହିତ ଦବୀ ପୂରଣ ନହେଲେ ଆଗକୁ ଏହି ଅନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।