ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ରାଜ୍ୟର ଦ୍ୱିତୀୟ କରୋନା ରୋଗୀ । ମାର୍ଚ୍ଚ ୧୯ ତାରିଖରେ ସେ କରୋନା ଆକ୍ରାନ୍ତ ଥିବା ଜାଣିବାକୁ ମିଳିଥିଲା । ଏହାପରେ ତାଙ୍କୁ ଚିକିତ୍ସା କରାଯାଉଥିଲା । ଆଜି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
The second COVID-19 positive case in Odisha, belonging to Bhubaneswar has completely recovered and tested negative for Covid. He is being discharged.
— H & FW Dept Odisha (@HFWOdisha) April 1, 2020
ସୂଚନାଯୋଗ୍ୟ, ରାଜ୍ୟରେ ୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପ୍ରଥମ କରୋନା ରୋଗୀ ମାର୍ଚ୍ଚ ୧୫ରେ ଚିହ୍ନଟ ହୋଇଥିବା ବେଳେ ମାର୍ଚ୍ଚ ୧୯ ରେ ଦ୍ୱିତୀୟ, ମାର୍ଚ୍ଚ ୨୬ ରେ ତୃତୀୟ ଏବଂ ମାର୍ଚ୍ଚ ୩୧ ରେ ୪ର୍ଥ ରୋଗୀ ଚିହ୍ନଟ ହୋଇଛନ୍ତି ।