ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦଧୀଚି ଏଜୁକେସନାଲ ଟ୍ରଷ୍ଟ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ୱସ୍ତି ପ୍ରିମିୟମରେ ମଙ୍ଗଳବାର ସେକେଣ୍ଡ ଦଧୀଚି ପ୍ରତିଭା ସମ୍ମାନ ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦଘାଟକ ଭାବେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗେ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ସେହିପରି ଅନ୍ୟତମ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ରଘୁନନ୍ଦନ ଦାସ, ବିପୁୟୁଟିର ଉପକୂଳପତି ଡାଃ. ଚିତ୍ତରଞ୍ଜନ ତ୍ରିପାଠୀ, ଲୋକସେବକ ମଣ୍ଡଳର ସମ୍ପଦକ ନିରଞ୍ଜନ ରଥ, ଆଡଭାଇଜର ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ଦଧୀଚି ଏଜୁକେସନାଲ ଟ୍ରଷ୍ଟର ଅଧ୍ୟକ୍ଷ ମନେଜା କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା । ଏଥିରେ ଓଡିଶାର ଦଶ ଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ପୁରସ୍କାର କ୍ଷେତ୍ରରେ ଦଧୀଚି ଶିକ୍ଷା ଜ୍ୟୋତି ସମ୍ମାନ ରେ ଅଚ୍ୟୁତ୍ ସାମନ୍ତ ,ଦଧୀଚି ଆଦର୍ଶ ଜ୍ୟୋତି ସମ୍ମାନ ରେ ସମାଜ, ଦଧୀଚି ସେବା ଜ୍ୟୋତି ସମ୍ମାନ ରେ ପଦ୍ମଶ୍ରୀ ଦୈତାରୀ ନାୟକ, ଦଧୀଚି କୃଷି ଜ୍ୟୋତି ସମ୍ମାନ ରେ ପଦ୍ମଶ୍ରୀ କମଳା ପୂଜାରୀ, ଦଧୀଚି ଶିଳ୍ପ ଜ୍ୟୋତି ସମ୍ମାନ ରେ ଡାଃ ଶରତ କୁମାର ସାହୁ, ଦଧୀଚି ବିଜ୍ଞ୍ୟ ଜ୍ୟୋତି ସମ୍ମାନ ଡାଃ ବିନୟ କୁମାର ଦାସ, ଦଧୀଚି ଚିକିତ୍ସା ଜ୍ୟୋତି ସମ୍ମାନ ରେ ଡାଃ ଶୁକଦେବ ନାୟକ, ଦଧୀଚି ସାମ୍ବାଦିକ ସମ୍ମାନ ରେ ଦୀପକ କୁମାର ରଥ, ଦଧୀଚି ସାହିତ୍ୟ ଜ୍ୟୋତି ସମ୍ମାନ ରେ ଅସିତ୍ ମହାନ୍ତି ଏବଂ ଦଧୀଚି ଛାତ୍ର ଜ୍ୟୋତି ସମ୍ମାନ ରେ ବିଶ୍ୱବିଜୟୀ ସ୍ୱାଇଁ ଙ୍କୁ ସମ୍ମାନିତ କରାଯାଇଥିଲା।
ଏହି ଅବସରରେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ର ପ୍ରତିଷ୍ଠିତ ନୃତ୍ୟ ଶିଳ୍ପୀ କମଳେଶ ପଟେଲ ଓ ବିଭିନ୍ନ ଗୃପ ପକ୍ଷରୁ ଦେଶାତ୍ମକ ବୋଧକ ନୃତ୍ୟ ପରିବେଶଣ କରାଯାଇଥିଲା ।
ସେହିପରି କର୍କଟ ରୋଗରେ ପୀଡିତ ଶିଶୁ ମାନଙ୍କୁ ଦଧୀଚି ଟ୍ରଷ୍ଟର ରିହେଡ ଉଇଙ୍ଗ ପକ୍ଷରୁ ଆର୍ଥିକ ସହାୟକ ରୂପେ ୩ହ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।
ଶେଷରେ ଦଧୀଚି ଗୃପର ମ୍ୟାନେଜିଙ୍ଗ ଟ୍ରଷ୍ଟି ବବିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।